ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୂରତା ନେଇ ରାସନ୍ ସାମଗ୍ରୀ ଆଣିବାକୁ ଅସନ୍ତୋଷ ଖାଉଟି 

ଦୂରତା ନେଇ ରାସନ୍ ସାମଗ୍ରୀ ଆଣିବାକୁ ଅସନ୍ତୋଷ ଖାଉଟି 

ଢେ଼ଙ୍କାନାଳ(ମ ସୀ ହା)୨୯/୦୪_ରାଜ୍ୟ ସରକାର ଗରିବ ଲୋକଙ୍କ ପାଖରେ ହାତ ପାହନ୍ତାରେ ଖାଉଟି ସାମଗ୍ରୀ ପହଞ୍ଚାଇବା ସହ ସଧାରଣ ଲୋକଟିଏ ଯେମିତି ଭୋକ ଉପାସରେ ନରହିବ ସେନେଇ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ପରିବାର ପ୍ରତି ସଦସ୍ୟଙ୍କୁ ମାସକୁ ପାଞ୍ଚକେଜି ଚାଉଳ ଓ ଅନ୍ତୋଦୟ ଯୋଜନାରେ ପ୍ରତି ପରିବାରକୁ ମାସକୁ ୩୫ କେଜି ଚାଉଳ ସରକାର ପ୍ରତି ମାସରେ ଯୋଗାଇ ଦେଉଛନ୍ତି। ତେବେ ହିନ୍ଦୋଳ ନିର୍ବାଚନମଣ୍ଡଳିରେ ଦେଖାଦେଇଛି ପ୍ରତିଶୋଧମୂଳକ ରାଜନୀତି, ପ୍ରଭାବଶାଳୀ ରାଜନେତାଙ୍କ ହାତବାରିସୀ ସାଜିଛି ପ୍ରଶାସନ।ଜନସାଧାରଣ ତଥା ଖାଉଟିଙ୍କ ମୌଳିକଅଧିକାର ମୌଳିକସୁବିଧାକୁ ପାଦରେ ଡାଲିଦିଆଯାଉଛି ହିନ୍ଦୋଳରେ କେତେଜଣ ପ୍ରଭାବଶାଳି ପ୍ରତିଶୋଧପରାୟଣ ନେତାଙ୍କ ନିର୍ଦେଶରେ। ରାସନ ସାମଗ୍ରୀ ପାଇଁ ହିନ୍ଦୋଳ ବ୍ଲକ ଉପଖଣ୍ଡ ଅସରଡ଼ା ପଞ୍ଚାୟତ ଅସରଡ଼ା ଗ୍ରାମବାସୀ ଅସନ୍ତୋଷ ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l

  ପ୍ରାପ୍ତ ସୁଚନା ମୁତାବକ ଗ୍ରାମର ସରସ୍ଵତୀ ଦେହୁରୀଙ୍କ ନାମେ ୨୭ ବର୍ଷ ତଳେ ରାସନ ବିତରଣ କେନ୍ଦ୍ର ଥିବା ବେଳେ ଏହି ନିକଟରେ ଏହି କେନ୍ଦ୍ରରୁ ପାଉଥିବା ମୋଟ ୨୩୫ ଜଣ ହିତାଧିକାରୀଙ୍କୁ ନିକଟସ୍ଥ ବାରସିଂଗା ଗ୍ରାମକୁ ଯାଇ ସେଠାରୁ ରାସନ ସାମଗ୍ରୀ ଆଣିବାକୁ ସ୍ପଷ୍ଟ ସୂଚନା ଦେଇଛି ପ୍ରଶାସନ । ଫଳରେ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ବାରସିଂଗା ଡିଲର ପଏଣ୍ଟ ଟି ବାରସିଂଗା ଗ୍ରାମଠାରୁ ପାଖାପାଖି ୨କିମି ହୋଇଥିବା ବେଳେ ବରିଷ୍ଠ ଵୟୋବୃଦ୍ଧ, ଦିବ୍ୟାଙ୍ଗ ଓ ଅସୁସ୍ଥ ନାଗରିକମାନେ ଏତେ ଦୂରରୁ ରାସନ ସାମଗ୍ରୀ ଆଣିବା କଷ୍ଟ କର ହୋଇ ପଡ଼ିବ ବୋଲି କହିଛନ୍ତି। ଗ୍ରାମରେ ବହୁ ଦିବ୍ୟାଙ୍ଗ ଥିବାବେଳେ ଆଉ କେତେକ ଛୋଟ ପରିବାରରେ କମ୍ ସଦସ୍ୟ ଥିବାବେଳେ ରାସନ ସାମଗ୍ରୀର ମୂଲ୍ୟ ଠାରୁ ଅଟୋ ଭଡା ଅଧିକା ହୋଇଯିବ। ସେହିଭଳି ଅସରଡ଼ା ରୁ ବାରସିଂଗା କୁ ଯିବାକୁ ହେଲେ ଛୋଟ ଜଙ୍ଗଲ ଟିଏ ପଡୁଥିବାରୁ ଏଠାରେ ହାତୀ,ସାପ ଓ ହିଂସ୍ର ବନ୍ୟଜନ୍ତୁ ଭୟ ରହିଛି। ଏ ସମସ୍ତ ସମସ୍ୟାକୁ ନେଇ ଚଳିତ ମାସରେ ହିତାଧିକାରୀ ମାନେ ବାରସିଂଗା ଡିଲର ପଏଣ୍ଟରୁ ରାସନ ସାମଗ୍ରୀ ଗ୍ରହଣ କରି ନାହାନ୍ତି। ଅସରଡ଼ା ଗ୍ରାମର କୁନି ନାଏକ, ସାବିତ୍ରୀ ନାଏକ, ଚନ୍ଦ୍ରମଣି ନାଏକ, ବନ ବେହେରା, ଦିଗାମ୍ବର ସାହୁ, ପ୍ରମିଳା ନାଏକ , ରବି ନାଏକ, ଗୁରୁବାରି ନାଏକ, ଅଭିରାମ ନାଏକ, କୋଇଲି ନାଏକ, ଜୁଆଣି ବେହେରା ପ୍ରମୁଖ କୁହନ୍ତି ଭୋକ ଉପବାସରେ ରହିବୁ ପଛେ ଏତେ ଦୂରକୁ ଯାଇ ରାସନ ସାମଗ୍ରୀ ଆଣିବା ଆମ ପକ୍ଷେ ସମ୍ଭବପର ନୁହଁ। ଏ ସମସ୍ୟା ନେଇ ହିତାଧିକାରୀ ମାନେ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ବିଡ଼ିଓ ଓ ଯୋଗାଣ ଅଧିକାରୀ ହିନ୍ଦୋଳଙ୍କୁ ଲିଖିତ ଭାବେ ଜଣାଇ ଥିବା କହିଛନ୍ତି।

ଢେଙ୍କାନାଳରୁ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନୂଆପଡା ଜଡ଼ାମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ସଂଯୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ 

Sunil Chandra Nayak

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!