ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ କରିବା ଜୀବନ ବଞ୍ଚାଇବା

 ରକ୍ତଦାନ କରିବା ଜୀବନ ବଞ୍ଚାଇବା

ଯେତେବେଳେ ମଧ୍ୟ କୌଣସି ରୋଗୀଙ୍କୁ ଅତ୍ୟନ୍ତ ଜରୁରୀ ସମୟରେ ଏ’ ନେଗେଟିଭ ଭଳି ବିରଳ ଗ୍ରୁପର ରକ୍ତ ଆବଶ୍ୟକତା ପଡ଼େ ସେହି ସମୟରେ ରୁପ୍ରାରୋଡ଼ ର ମୋ ଅତି ପ୍ରିୟ ଆଦରଣୀୟ ଅମିତ ଶର୍ମା  ସାର୍ ଓ ସୁମିତ ଶର୍ମା ସାର୍ ମନେ ପଡିଥାନ୍ତି । ସେହିପରି ଆଜି ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କଳ୍ପନା ବାରିକ୍ ନାମକ ମାଆ କୁ ଅତ୍ୟନ୍ତ ଜରୁରୀ ସମୟରେ ଏ’ ନେଗେଟିଭ ଭଳି ବିରଳ ଗ୍ରୁପର ରକ୍ତ ଆବଶ୍ୟକତା ଖବର ଆମ “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଦିଦି ଫୋନ୍ ମାଧ୍ୟମରେ ରକ୍ତଦେବା ପାଇଁ ଜଣାଇବା ରୁ ସାଙ୍ଗେ ସାଙ୍ଗେ ଅନୁରୋଧ ରକ୍ଷାକରି ନିଜର ବ୍ୟସ୍ତତା ବହୁଳ କାର୍ଯ୍ୟ କୁ ପଛରେ ପକାଇ ନିୟମିତ ଜୀବନ ଦାତା ରକ୍ତବୀର Sumeet Sharma ଦାଦା ଭବାନିପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ଅମୂଲ୍ୟ ରକ୍ତଦାନ କରି ରୋଗୀ ମାଆ କୁ ପୁଣିଥରେ ବଞ୍ଚିବାର ନୂଆ ଆଶା କିରଣ ଦେଇଛନ୍ତି। ଚଳିତ ଥରକୁ ମିଶାଇ ୮ ଥର ରକ୍ତଦାନ କରିଛନ୍ତି। କୋଟି ପ୍ରଣାମ ଆପଣଙ୍କ ର ଏହି ମହନୀୟ ଉଦ୍ୟମ ଆମକୁ ସର୍ବଦା ପ୍ରେରଣା ପ୍ରଦାନ କରିବ। ଆପଣଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ହୃଦୟର ଗଭୀରତା ରୁ ଅଶେଷ ଧନ୍ୟବାଦ କୃତଜ୍ଞତା ଜଣାଇବା ସହିତ ଆପଣଙ୍କ ସୁସ୍ଥ ଓ ନିରୋଗ ଜୀବନ କାମନା କରୁଛି।

ବିଷ୍ଣୁ ଚରଣ ସ୍ୱାଇଁ

ଭବାନୀ ପାଟଣା 

Related posts

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

masiha

କୋକସରା ବ୍ଲକରେ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ଧର୍ମଗଡ଼ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!