ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

ନୂଆପଡା,ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧୀନରେ ଥିବା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ କଲରା ପତରିଆ ବାଘ ଛାଲ ଜବତ ପାଞ୍ଚ କୋର୍ଟ ଚାଲାଣ । ବନ ବିଭାଗ ପକ୍ଷରୁ ପ୍ରକାଶଯେ ଉଦନ୍ତି ସିତାନଦୀ ଟାଇଗର ପ୍ରୋଜେକ୍ଟର କର୍ମଚାରୀଙ୍କ ଠାରୁ ସୂଚନା ପାଇ ଗତ ମେ ୨୨ ତାରିଖ ଦିନ ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଖଡ଼ିଆଳ ବନାଞ୍ଚଳର ଏକ ଟିମ୍ ସାନମହେଶ୍ୱର୍ ସେକସନ୍ ହରିପୁର ଗ୍ରାମ ଠାରେ କଲରିଆ ପତରିଆ ବାଘ ଛାଲ ବିକ୍ରି ପାଇଁ ଡ଼ିଲ ହେଉଥିବା ବେଳେ ବନ ବିଭାଗର ଟିମ ଚଢାଉ କରି ଛାଲକୁ ଜବତ କରିବା ଶହ ସେହି ଗ୍ରାମର ଚିନୁ ପରାଭୋଇ (୬୦) ଗ୍ରାମ ହରିପୁର, ବ୍ଲକ କୋମନା, ଜିଲ୍ଲା ନୂଆପଡା, ଜଦୁ ପହରିଆ (୩୧) ଗ୍ରାମ ଚାନ୍ଦୋପଳା, ବ୍ଲକ କୋମନା, ଜିଲ୍ଲା ନୂଆପଡାକୁ ବନ ବିଭାଗ ଟିମ୍ ଗିରଫ କରିଥିଲା । ପରେ ଘଟଣାର ତଦନ୍ତ କରି ସଂପୃକ୍ତ ଥିବା ନୂଆପଡା ଜିଲ୍ଲା ବ୍ଲକ ଖଡିଆଳ ଅନ୍ତର୍ଗତ ଜୁନାନୀ ଗ୍ରାମର ରମେଶ ମାଝୀ (୪୦) ବଲାଙ୍ଗୀର ଜିଲ୍ଲା ଯାମଖୁଟା ପଞ୍ଚାୟତର ମାଲପଡ଼ାର ପବିତ୍ର ମାଝୀ (୩୯) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ଭୋଜପୂର୍ ଗ୍ରାମର ତୁଳସୀରାମ ପରାଭୋଇ (୩୫) ଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ବ୍ୟବହାର କରିଥିବା ଦୁଇଟି ବାଇକ୍ ନମ୍ବର ବିହୀନ ଏଫ ଜେଡ ଏସ, ସି ଜି ୦୪, ଏଚ କିଉ ୮୨୮୭ ଓ ପାଞ୍ଚ ଗୋଟି ମୋବାଇଲ୍ ଫୋନ ଜବତ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଶୀଘ୍ର ବିଭାଗ ଗିରଫ କରିବ ବୋଲି ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ କରିଥିଲେ । ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡନାୟକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ପ୍ରଶର୍ଣ୍ଣ ହଂସ, ଲିଙ୍ଗରାଜ ଗହୀର, ସରୋଜ ମାଝି ସାମିଲ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

 

Related posts

ଶନିବାର ରାତିରେ ଅସଶନବଣିଠାରେ ବହୁ ଚର୍ଚ୍ଚିତ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତି ମୃତ୍ୟୁର ପରିଚୟ ମିଳିଲା , କାର ଧକ୍କାରେ ପଥଚାରୀ ମୃତ

masiha

କଲରାପତରିଆ ବାଘ ଚମଡ଼ା ଜବତ; ୩ ଗିରଫ

ପାରିବାରିକ କଳହ କୁ କେନ୍ଦ୍ର କରି ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ମଦ୍ୟପ ସ୍ୱାମୀ

Sunil Chandra Nayak

Leave a Comment

error: Content is protected !!