ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା କାମ ବିଲ ପୈଠ ହୋଇନି ପୁଣି ଜେସିବି ମେସିନରେ ଚାଲିଛି ମାଟି କାମ

ଗୋଳାମୁଣ୍ଡା/2/7/ନିର୍ଭୟ, ନିରପେକ୍ଷ ମସିହା // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତ ଲାଖୁରଭଟ୍ଟା ଗ୍ରାମରେ ଥିବା ବନ୍ଦଲି ମଡେଲ ଟ୍ୟାଙ୍କରେ ମନରେଗା ଯୋଜନାରେ ୨୦୨୨/୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ୍ୟ ଟଙ୍କାର କାମ ହୋଇଛି । କାମର ବିଲ ପୈଠ ହୋଇ ନ ଥିବାବେଳେ ପୁଣି ଜେସିବି ମେସିନ ଦ୍ୱାରା ଚାଲିଛି ମାଟି କାମ । ଏନେଇ ଚିଚିଆ ସରପଞ୍ଚ ମଦନ ପଟେଲ ଓ ପିଇଓ ବିଶ୍ୱରଞ୍ଜନ ପଣ୍ଡାଙ୍କୁ ପଚାରିଲେ ଏ ସଂକ୍ରାନ୍ତରେ ଜାଣି ନ ଥିବା କହିଥିଲେ । ପରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମିତାଞ୍ଜଳି ଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲା । ସେ କହିବାନୁଯାୟୀ ସୂଚନା ଫଳକ ଅନୁଯାଇ କାମ ଶେଷ ହୋଇଛି ହେଲେ ବିଲ ପୈଠ ହୋଇନାହିଁ । ବର୍ତ୍ତମାନ ଯେଉଁ କାମ ଚାଲିଛି ଜାଣି ନି ବୋଧେ ବ୍ଲକ ଅଧ୍ୟକ୍ଷଙ୍କ କାମ ହୋଇଥାଇ ପାରେ ବୋଲି ସଫେଇ ଦେଇଥିଲେ । ବିଲ ପୈଠ ହୋଇ ନ ଥିବା ବେଳେ ବିନା ସୂଚନା ଫଳକରେ କେମିତି ତା ଉପରେ ମାଟି କାମ ଚାଲିଛି ଏ ଉପରେ ଚିଚିଆ ସରପଞ୍ଚଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ପଟେ ଚିଚିଆ ସମିତି ସଭ୍ୟ ସନ୍ତୋଷ ପୁଟେଲ ମନରେଗା କାମର ବିଲ ପୈଠ ଶେଷ ହୋଇଥିବା ଯୋଗୁଁ ସେହି ଟ୍ୟାଙ୍କରେ ଜେସିବି ଦ୍ୱାରା ମାଟି କାମ ଚାଲିଛି ବୋଲି ପ୍ରକାଶ କରିଛନ୍ତି । ଏଠାରେ ଯନ୍ତ୍ରୀଙ୍କ କଥା ଠିକ ନା ସମିତି ସଭ୍ୟଙ୍କ କଥା ଠିକ ସନ୍ଧେହ ରେ ଅଞ୍ଚଳବାସୀ । ଏ କାମ ଉପରେ ଟଙ୍କା ହଡପ କରିବା ପାଇଁ ଯୋଜନା କରାଯାଉ ନାହିଁ ତ ବୋଲି ପ୍ରଶ୍ନବାଚି ସୃଷ୍ଟି ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସବୁ ତଥ୍ୟ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଜ୍ୟ ପୋଲିସ ମୁଖ୍ୟାଳୟ –  ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଟିତ 

masiha

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ଡିଗ୍ରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଶିଳାନ୍ୟାସ କଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!