ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ଦିବସ

ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ଦିବସ 

କଟକ : ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ଦିବସ ମଧୁସୂଦନ କକ୍ଷରେ ପାଳିତ ହୋଇଯାଇଛି l ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଗାୟତ୍ରୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା ପ୍ରମୁଖ ଯୋଗଦେଇଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଯୋଗମାୟା ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କଲେଜ ଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଯୋଜନାର ଆଲୁମିନି ଜୟଶ୍ରୀ ସାହୁ ଓ ପ୍ରାଧ୍ୟାପକ ଅନିରୁଦ୍ଧ ଖିଲାର ଯୋଗଦେଇ ତାଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ଡକ୍ଟର ସସ୍ମିତା ଗାହଣ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସେବା ଯୋଜନାର ଶତାଧିକ ସ୍ବେଚ୍ଛାସେବୀ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ

masiha

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!