ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଟ ପାଥ ଦୋକାନିଙ୍କୁ ଉଛେଦ

ପାପଡାହାଣ୍ଡି,1/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହାକୁମାରେ ଶୁକ୍ରବାର ପ୍ରଶାସନ ତରଫରୁ ଫୁଟ ପାଥ ଦୋକାନିଙ୍କୁ ଉଛେଦ କରାଯାଇଛି | ମାଜିଷ୍ଟ୍ରେଟ ତଥା ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଏହି ଉଛେଦ ପ୍ରକ୍ରିୟା ହୋଇଥିଲା | ବସଷ୍ଟାଣ୍ଡ ଚାରି ଛକ ସହ ସହର ମଧ୍ୟରେ ଯାଇଥିବା 26 ନମ୍ବର ଜାତୀୟ ରାଜପଥ ର ଉଭୟ କଡ଼ର ଫୁଟ ପାଥ ଉପରେ ଥିବା ଦୋକାନିଙ୍କୁ ହଟାଯିବା ସହ ଫୁଟ ପାଥକୁ ଅବରୋଧ କରୁଥିବା ଦୋକାନ ଗୁଡିକୁ ହଟାଯାଇଥିଲା | ଫୁଟ ପାଥ ଅବରୋଧ ସହ ଦୋକନ ହେବା ଯୋଗୁଁ ସହରରେ ଲୋକଙ୍କ ଯାତାୟତ ସହ ଟ୍ରାଫିକ ସମସ୍ୟା ଲାଗି ରହୁଥିଲା | ଯାହାକୁ ଦେଖିକି ପ୍ରଶାସନ ତରଫରୁ ଏହି ନିଷ୍ପତି ନିଆଯାଇଥିଲା | ଉଛେଦ ସମୟରେ ସ୍ଥାନୀୟ ବସଷ୍ଟାଣ୍ଡ ଛକର କିଛି ଦୋକାନି ଏହାକୁ ପ୍ରତିବାଦ କରିଥିଲେ | ବିନା ସୂଚନାରେ ସେମାନଂକୁ ହଟା ଯାଉଥିବା ନେଇ ଅସନ୍ତୋଷ ଜାହିର କରିଥିଲେ | କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା | ପରେ ପୋଲିସ ବୁଝା ସୁଝା କାରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ: ରବି ଋତୁ ପାଇଁ ଫସଲ ଯୋଜନା 

masiha

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

Leave a Comment

error: Content is protected !!