ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଟ ପାଥ ଦୋକାନିଙ୍କୁ ଉଛେଦ

ପାପଡାହାଣ୍ଡି,1/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହାକୁମାରେ ଶୁକ୍ରବାର ପ୍ରଶାସନ ତରଫରୁ ଫୁଟ ପାଥ ଦୋକାନିଙ୍କୁ ଉଛେଦ କରାଯାଇଛି | ମାଜିଷ୍ଟ୍ରେଟ ତଥା ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଏହି ଉଛେଦ ପ୍ରକ୍ରିୟା ହୋଇଥିଲା | ବସଷ୍ଟାଣ୍ଡ ଚାରି ଛକ ସହ ସହର ମଧ୍ୟରେ ଯାଇଥିବା 26 ନମ୍ବର ଜାତୀୟ ରାଜପଥ ର ଉଭୟ କଡ଼ର ଫୁଟ ପାଥ ଉପରେ ଥିବା ଦୋକାନିଙ୍କୁ ହଟାଯିବା ସହ ଫୁଟ ପାଥକୁ ଅବରୋଧ କରୁଥିବା ଦୋକାନ ଗୁଡିକୁ ହଟାଯାଇଥିଲା | ଫୁଟ ପାଥ ଅବରୋଧ ସହ ଦୋକନ ହେବା ଯୋଗୁଁ ସହରରେ ଲୋକଙ୍କ ଯାତାୟତ ସହ ଟ୍ରାଫିକ ସମସ୍ୟା ଲାଗି ରହୁଥିଲା | ଯାହାକୁ ଦେଖିକି ପ୍ରଶାସନ ତରଫରୁ ଏହି ନିଷ୍ପତି ନିଆଯାଇଥିଲା | ଉଛେଦ ସମୟରେ ସ୍ଥାନୀୟ ବସଷ୍ଟାଣ୍ଡ ଛକର କିଛି ଦୋକାନି ଏହାକୁ ପ୍ରତିବାଦ କରିଥିଲେ | ବିନା ସୂଚନାରେ ସେମାନଂକୁ ହଟା ଯାଉଥିବା ନେଇ ଅସନ୍ତୋଷ ଜାହିର କରିଥିଲେ | କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା | ପରେ ପୋଲିସ ବୁଝା ସୁଝା କାରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ କୁଷ୍ଠ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅଭିଯାନ

masiha

ବସ ଟିକେଟ ବିକ୍ରେତାଙ୍କ ବିୟୋଗ

masiha

ଡ଼ାବୁଗାଁ ରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

Leave a Comment

error: Content is protected !!