ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

ଢେ଼ଙ୍କାନାଳ(ମ ସୀ ହା)୦୫/୦୧_ଓଡାପଡା ବ୍ଲକ୍ ଇନ୍ଦିପୁର ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ସ୍ୱର୍ଗତଃ ରାଜ କିଶୋର ପୃଷ୍ଟି ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ସ୍ମୃତି ରକ୍ଷା ନିମିତ୍ତ ଚାରା ବଣ୍ଟନ କରା ଯାଇଛି l ସୂଚନା ଯୋଗ୍ୟ ଯେ ସ୍ୱର୍ଗତଃ ପୃଷ୍ଟି ଙ୍କର ୭ ପୁତ୍ର ୫ କନ୍ୟା ମଧ୍ଯ ରୁ ରାସୋଳ ପି. ଏଚ୍ .ସି. ର ମେଡିକାଲ ଅଫିସର ୬ଷ୍ଠ ପୁତ୍ର ଶ୍ରୀ ଦୟାନିଧି ପୃଷ୍ଟି ଙ୍କ ନିମନ୍ତ୍ରଣ କ୍ରମେ ରାସୋଳ ଜନ ମଙ୍ଗଳ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ସହ ସଂଗଠନ ର ସେବକ ସେବିକା ମାନେ ଏହି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୃଷ୍ଟି ପରିବାର ର ଭାଇ ଭଉଣୀ ମାନଙ୍କ ସହ ୩୦୦ ଆମ୍ବ ଚାରା ବଣ୍ଟନ କରି ଥିଲେ। ପ୍ରସାଦ ସେବନ ପରେ ଆଗ୍ରହୀ ବ୍ୟକ୍ତି ମାନେ ରାଜକିଶୋର ଙ୍କ ନାମରେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାଙ୍କର ସ୍ମୃତି ରକ୍ଷା କରିବା ଓ ପରିବେଶ ସୁରକ୍ଷା ଦିଗରେ ସହଯୋଗ ରଖିବା ପାଇଁ ସଂକଳ୍ପ ନେଇଥିଲେ l ରାଜ୍ୟ ମଧ୍ୟରେ ଏଭଳି ପ୍ରୟାସ ପ୍ରଥମ କରି ଆରମ୍ଭ ହୋଇ ସମସ୍ତଙ୍କୁ ଉଦବୁଦ୍ଧ ଓ ପ୍ରେରଣାପ୍ରଦ ହୋଇ ପାରିଛି କରି ପାରିଛି। ଜନ ମଙ୍ଗଳ ପ୍ରତିଷ୍ଠାତା ଙ୍କ ଉକ୍ତ ପ୍ରସ୍ତାବ କୁ ଉପଦେଷ୍ଠା ଡଃ ପୃଷ୍ଟି ଙ୍କ ସମେତ ସମସ୍ତ ଭାଇ ଭଉଣୀ ମାନେ ଗ୍ରହଣ କରି ଏକାଦଶାହ ଅବସରରେ ଚାରା ବଣ୍ଟନ କରିଥିବାରୁ ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ଓ ସମାଜସେବୀ ରତି କାନ୍ତ ଗଡ଼ନାୟକ ପୃଷ୍ଟି ପରିବାର ସଦସ୍ୟ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ସହ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଡିଲେଶ୍ୱର ଓ ସନତଙ୍କ ସମେତ ୭ଜଣ ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନିତ 

masiha

୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ

masiha

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!