ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜ଼ିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ 

ବୌଦ୍ଧ -05-12- ( ହୃଦାନନ୍ଦ ମେହେର)- ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ବଲାସିଙ୍ଗା ଖେଳପଡିଆ ରେ ବାପୁଜୀ ଯୁବକ ସଂଘ ଓ ନେହେରୁ ଯୁବକେନ୍ଦ୍ର, ବୌଦ୍ଧ ର ଆନୁକୂଲ୍ୟରେ ଜ଼ିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ମହିମା ବିକାଶ ପରିଷଦ ବଲାସିଙ୍ଗା ର ସଭାପତି ବିଭୁତି ଭୂଷଣ ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପରିଷଦ ସଭ୍ୟା, ଜୋନ -6 ର ପ୍ରତିନିଧି ବରିଷ୍ଠ ଅଧିବକ୍ତା ଶ୍ରୀ ଅଶୋକ କୁମାର ସାହୁ ଯୋଗ ଦେଇ ବଲାସିଙ୍ଗା ଖେଳ ପଡିଆ ର ଉନ୍ନତି ପାଇଁ ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ଓ ଜ଼ିଲ୍ଲା ପ୍ରଶାସନ ସହଯୋଗ ରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମତ ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ତଥା ଗନ୍ଧରାଢ଼ୀ ଲୋକ କଳା ମହୋତ୍ସବ କମିଟି ର ସମ୍ପାଦକ ଶମ୍ଭୁ ଗିରି ଯୋଗ ଦେଇ ମହିମା ଧର୍ମ ର ଆଦି ପୀଠ ବଲାସିଙ୍ଗା ଗ୍ରାମକୁ ଆସି ନିଜକୁ ଧନ୍ୟ ମନେ କରିବା ସହ ବାପୁଜୀ ଯୁବକ ସଂଘ ର ଖେଳ ପରିଚାଳନା ଦକ୍ଷତା କୁ ଭୂୟସି ପ୍ରଶଂସା କରିଥିଲେ l ସମ୍ମାନିତ ଅଥିତି ରୂପେ ଜ଼ିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ମୋହନ ରାଉତ, IRB Commandant ବେଲାରସେନ ମେହେର, ସୁବେଦାର ସୂର୍ଯ୍ୟମଣି ମିଶ୍ର, ବଢିଗାଁ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢି ଏବଂ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ର ପୂର୍ବତନ ସମ୍ପାଦକ ମାନସ ସେଠି ପ୍ରମୁଖ ଯୋଗ ଦେଇଥିଲେ l ଫାଇନାଲ ଖେଳ ବାପୁଜୀ ୟୁଥ କ୍ଳବ ବଲାସିଙ୍ଗା ଓ ଖମ୍ବେଶ୍ବରୀ ୟୁଥ କ୍ଳବ ଗିରାସିଙ୍ଗା ମଧ୍ୟରେ ହୋଇଥିଲା l ଏଥିରେ ପେନାଲଟି ରେ ଗିରାସିଙ୍ଗା ଦଳ 4-1 ରେ ବିଜୟୀ ହୋଇ ମୁଖ୍ୟ ଅତିଥି ଠାରୁ ଟ୍ରଫି ଗ୍ରହଣ କରିଥିଲେ l ଏକ ସପ୍ତାହ ବ୍ୟାପି ଆୟୋଜିତ ପ୍ରତିଯୋଗିତା ରେ ଭଲିବଲ ମ୍ୟାଚ ରେ ତେଲିବନ୍ଧ ଦଳ ବୁଟୁପାଲି ଦଳ କୁ 2-1 ରେ ପରାସ୍ତ କରି ବିଜୟ ହୋଇଥିଲା l ରେଫରୀ ଭାବେ ଶ୍ରବଣ ବେହେରା, ତାପସ ଭୁକ୍ତା, ସୂର୍ଯ୍ୟ ବେହେରା, ହରିହର ପ୍ରଧାନ ଓ ସରୋଜ କାଲୋ ଖେଳ ପରିଚାଳନା କରିଥିଲେ l ବାପୁଜୀ କ୍ଳବ ସଭାପତି ରାଜେଶ ସାହୁ, ସମ୍ପାଦକ ନିଖିଳ ପ୍ରଧାନ, କ୍ୟାପଟେନ ଭଜନ ଧଳ ଓ ଅନ୍ୟାନ୍ୟ ସଭ୍ୟ ଚମ୍ପେଶ୍ୱର ମହାକୁଡ଼, ସାଂଗ୍ରାମ ସାହୁ, ସାଂଗ୍ରାମ ପୋଢ଼, ବିଶ୍ୱଜିତ ପ୍ରଧାନ, ଆକାଶ ମହାକୁଡ଼, ସାଗର ଆଦର, ରିକୁନ ସାହୁ, ଜିତୁ ମହାକୁଡ଼, ଲୋକେଶ ମହାକୁଡ଼, ରାକେଶ ଓ ଜଗା ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

Related posts

ଡିକେଡ଼ିଏନୟୁ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

Sunil Chandra Nayak

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

Sunil Chandra Nayak

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

masiha

Leave a Comment

error: Content is protected !!