ବୌଦ୍ଧ -05-12- ( ହୃଦାନନ୍ଦ ମେହେର)- ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ବଲାସିଙ୍ଗା ଖେଳପଡିଆ ରେ ବାପୁଜୀ ଯୁବକ ସଂଘ ଓ ନେହେରୁ ଯୁବକେନ୍ଦ୍ର, ବୌଦ୍ଧ ର ଆନୁକୂଲ୍ୟରେ ଜ଼ିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ମହିମା ବିକାଶ ପରିଷଦ ବଲାସିଙ୍ଗା ର ସଭାପତି ବିଭୁତି ଭୂଷଣ ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ପରିଷଦ ସଭ୍ୟା, ଜୋନ -6 ର ପ୍ରତିନିଧି ବରିଷ୍ଠ ଅଧିବକ୍ତା ଶ୍ରୀ ଅଶୋକ କୁମାର ସାହୁ ଯୋଗ ଦେଇ ବଲାସିଙ୍ଗା ଖେଳ ପଡିଆ ର ଉନ୍ନତି ପାଇଁ ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ଓ ଜ଼ିଲ୍ଲା ପ୍ରଶାସନ ସହଯୋଗ ରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମତ ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ତଥା ଗନ୍ଧରାଢ଼ୀ ଲୋକ କଳା ମହୋତ୍ସବ କମିଟି ର ସମ୍ପାଦକ ଶମ୍ଭୁ ଗିରି ଯୋଗ ଦେଇ ମହିମା ଧର୍ମ ର ଆଦି ପୀଠ ବଲାସିଙ୍ଗା ଗ୍ରାମକୁ ଆସି ନିଜକୁ ଧନ୍ୟ ମନେ କରିବା ସହ ବାପୁଜୀ ଯୁବକ ସଂଘ ର ଖେଳ ପରିଚାଳନା ଦକ୍ଷତା କୁ ଭୂୟସି ପ୍ରଶଂସା କରିଥିଲେ l ସମ୍ମାନିତ ଅଥିତି ରୂପେ ଜ଼ିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ମୋହନ ରାଉତ, IRB Commandant ବେଲାରସେନ ମେହେର, ସୁବେଦାର ସୂର୍ଯ୍ୟମଣି ମିଶ୍ର, ବଢିଗାଁ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢି ଏବଂ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ର ପୂର୍ବତନ ସମ୍ପାଦକ ମାନସ ସେଠି ପ୍ରମୁଖ ଯୋଗ ଦେଇଥିଲେ l ଫାଇନାଲ ଖେଳ ବାପୁଜୀ ୟୁଥ କ୍ଳବ ବଲାସିଙ୍ଗା ଓ ଖମ୍ବେଶ୍ବରୀ ୟୁଥ କ୍ଳବ ଗିରାସିଙ୍ଗା ମଧ୍ୟରେ ହୋଇଥିଲା l ଏଥିରେ ପେନାଲଟି ରେ ଗିରାସିଙ୍ଗା ଦଳ 4-1 ରେ ବିଜୟୀ ହୋଇ ମୁଖ୍ୟ ଅତିଥି ଠାରୁ ଟ୍ରଫି ଗ୍ରହଣ କରିଥିଲେ l ଏକ ସପ୍ତାହ ବ୍ୟାପି ଆୟୋଜିତ ପ୍ରତିଯୋଗିତା ରେ ଭଲିବଲ ମ୍ୟାଚ ରେ ତେଲିବନ୍ଧ ଦଳ ବୁଟୁପାଲି ଦଳ କୁ 2-1 ରେ ପରାସ୍ତ କରି ବିଜୟ ହୋଇଥିଲା l ରେଫରୀ ଭାବେ ଶ୍ରବଣ ବେହେରା, ତାପସ ଭୁକ୍ତା, ସୂର୍ଯ୍ୟ ବେହେରା, ହରିହର ପ୍ରଧାନ ଓ ସରୋଜ କାଲୋ ଖେଳ ପରିଚାଳନା କରିଥିଲେ l ବାପୁଜୀ କ୍ଳବ ସଭାପତି ରାଜେଶ ସାହୁ, ସମ୍ପାଦକ ନିଖିଳ ପ୍ରଧାନ, କ୍ୟାପଟେନ ଭଜନ ଧଳ ଓ ଅନ୍ୟାନ୍ୟ ସଭ୍ୟ ଚମ୍ପେଶ୍ୱର ମହାକୁଡ଼, ସାଂଗ୍ରାମ ସାହୁ, ସାଂଗ୍ରାମ ପୋଢ଼, ବିଶ୍ୱଜିତ ପ୍ରଧାନ, ଆକାଶ ମହାକୁଡ଼, ସାଗର ଆଦର, ରିକୁନ ସାହୁ, ଜିତୁ ମହାକୁଡ଼, ଲୋକେଶ ମହାକୁଡ଼, ରାକେଶ ଓ ଜଗା ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l