ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାରିତାଣ୍ଡିରେ ୩୪’ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହାଓ୍ବଡା ଏକ୍ସପ୍ରେସ ଚମ୍ପିୟାନ 

ଜାରିତାଣ୍ଡିରେ ୩୪’ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହାଓ୍ବଡା ଏକ୍ସପ୍ରେସ ଚମ୍ପିୟାନ 

ମୟୂରଭଞ୍ଜ:- ୧୬/୧୨ ( ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଜାରିତାଣ୍ଡି ଖେଳ ପଡିଆ ଠାରେ ଜେବିସି ଜାରିତାଣ୍ଡି କ୍ଲବ ପକ୍ଷରୁ ୩୪’ ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି।

    ତିନିଦିନ ଧରି ଅନୁଷ୍ଠିତ ହୋଇ ଯାଇଥିବା ଏହି ଫୁଟବଲ ପ୍ରତିଯୋଗିତାରେ ସୀମିତ ୬୪’ ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ହାଓ୍ବଡା ଏକ୍ପ୍ରେସ୍ (ପୋଟକା) ଦଳ ପ୍ରଥମ, କୁଲଡିହା ଏଫସି ଦ୍ବିତୀୟ, ବାହୁବଳୀ (ରାଉରକେଲା) ଦଳ ତୃତୀୟ ଏବଂ ଦୋସ୍ତି ବ୍ରଦର (ସୁନ୍ଦରଗଡ) ଚତୁର୍ଥ ସ୍ଥାନରେ ରହିଥିଲେ। ଚାମ୍ିଅନ ଡଳର ବିରବଲ ମାର୍ଣ୍ଡି’ଙ୍କୁ ମେନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜେତା ଦଳ’ଙ୍କୁ ପ୍ରଥମ ପୁରସ୍କାର ଭାବେ ଏକ ଲକ୍ଷ, ଦ୍ବିତୀୟ ପୁରସ୍କାର ୮୦’ ହଜାର, ତୃତୀୟ ପୁରସ୍କାର ୫୦’ ହଜାର ଏବଂ ଚତୁର୍ଥ ପୁରସ୍କାର ଭାବେ ୪୦’ ହଜାର ଟଙ୍କା ର ପୁରସ୍କାର ରାଶି ସହିତ କପ୍ ପ୍ରଦାନ କରାଯାଇଥିଲା। ଭାଷ୍ୟକାର ପ୍ରଭାସ କୁମାର ଇଂରାଜୀ, ହିନ୍ଦୀ, ଓଡିଆ ତଥା ସାନ୍ତାଳୀ, ହୋ ଇତ୍ୟାଦି ଭାଷାରେ ଖେଳ ବିବରଣୀ ପ୍ରଦାନ କରିଥିଲେ। ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ ଯୋଗ ଦେଇଥିବାବେଳେ, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥୀ ଭାବେ ମୟୁରଭଞ୍ଜ ୨’ ବିଜେଡି ସଭାପତି କାଶିନାଥ ହେମ୍ବ୍ରମ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ମୟୁରଭଞ୍ଜ ୨’ ବିଡେଡି ଉପସଭାପତି ସଚ୍ଚିନ୍ଦ୍ର ଦାସ ଓ ସୁବାଷ ମଣ୍ଡଳ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ତିରିଂ ୨୦’ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା, ୨୬’ ନଂ ଜିଲ୍ଲାପରିଷଦ ସଭ୍ୟା ସୂର୍ଯମଣୀ ହାଁସଦାଃ, ତିରିଂ ବ୍ଲକ ଅଧ୍ୟକ୍ଷ ପରେଶ ସାମାଡ, ଫାଗୁରାମ ମାର୍ଣ୍ଡି, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ଜାମଦା ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ତିରଂ ବ୍ଲକ ବିଜେଡି ସଭାପତି, ବଳଦେବ ହେମ୍ବ୍ରମ, ବାବାତିଲକା ଲାଇବ୍ରେରୀ ପ୍ରତିଷ୍ଠାତା ରାମଦାସ ମୁର୍ମୁ, ବହଳଦା ବ୍ଲକ ଉପାଧ୍ୟକ୍ଷ ହିରନ ବସା, ମାସା ଆର୍ମି ସଭାପତି ସୁକଲାଲା ମାର୍ଣ୍ଡି, ଯଦୁନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳ’ଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

ତେରେସିଂହା କପ୍ ଫୁଟବଲ୍: ବଡ଼ମାଳ ଦଳ ବିଜୟୀ

Sunil Chandra Nayak

Leave a Comment

error: Content is protected !!