ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା କାର୍ଯ୍ୟକ୍ରମ ଶୁଭାରମ୍ଭ
ବନ୍ଧୁଗାଁ ତା ୧୬/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନି ଷ୍ଟାଡିୟମରେ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଆୟୋଜିତ ହୋଇ ଯାଇଥିବା ବେଳେ ଶୁକ୍ରବାର ଦିନ କ୍ରୀଡ଼ା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ରାଲି , ପ୍ଲାଷ୍ଟିକ ମୁକ୍ତ ପରିବେଶ ରାଲି, ବିଶ୍ଵ ଏଡସ ଦିବସ ରାଲି ଗୁଡ଼ିକୁ ନିକଟସ୍ତ ସିଙ୍ଗିପୁଟ, ତୁରୁକୁପେଟା, ବନ୍ଧୁଗାଁ ଓ ସାନସରପଲ୍ଲୀ ଗାଁ ଗୁଡିକରେ ରାଲି କରି ସଚେତନତା ସୃଷ୍ଟି କରାଯାଇଥିଲା। ଏହା ପରେ ସରକାରି
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ଓ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କ ବିଚାର ବିମର୍ଶ ପରେ ବନ୍ଧୁଗାଁ ପଞ୍ଚାୟତର ଝୁମୁକା ଗ୍ରାମକୁ ଯାଇ ବାଲ୍ୟ ବିବାହ ଉପରେ ସାମାଜିକ ନାଟକ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ଏହି ଝୁମୁକା ଗ୍ରାମରେ ଆଜି ପର୍ଯ୍ୟନ୍ତ ସମସ୍ତେ ଅଶିକ୍ଷିତ ରହିଛନ୍ତି ,ପିତାମାତା ନିଜର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଗାଁ ସ୍କୁଲରେ ନ ପଠାଉଥିବା ଯୋଗୁଁ ୨୦୨୨ ବର୍ଷରେ ସ୍କୁଲ ସମ୍ପୂର୍ଣ ବନ୍ଧ ହେବାକୁ ଯାଉଥିଲା। ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କ ଉଦ୍ୟମରେ ପିତା ମାତାଙ୍କୁ ଓ ଗାଁ ଲୋକ ଙ୍କୁ ସଚେତନତା କରି ୨୧ ଜଣ ଛାତ୍ରଛାତ୍ରୀ ଙ୍କୁ ପୁନ ପଞ୍ଜୀକରଣ କରି ସ୍କୁଲ ଚାଲୁ ରଖିଥିଲେ। ଅଶିକ୍ଷିତ ଓ ସଚେତନତାର ଅଭାବ ଯୋଗୁଁ ଗାଁ ରୁ ଅନେକ ୧୨ ବର୍ଷ ବୟସର ବାଳକ ବାଳିକା ବାଲ୍ୟ ବିବାହ ମଧ୍ୟ କରିଛନ୍ତି। ଏହାକୁ ରୋକିବା ପାଇଁ ଆଜି ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ବାଲ୍ୟ ବିବାହ ଉପରେ ନାଟକ ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ। କ୍ରିଡ଼ା କାର୍ଯ୍ୟକ୍ରମକୁ ନିକଟସ୍ତ ସାଇବାବା ମନ୍ଦିର ରୁ ସ୍ଥାନୀୟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଭିଷେକ ବିଶ୍ୱଜିତ ସେଠୀ,ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ଏସଡିସି ସଦସ୍ୟ ଲଡୁ ହୁଲୁକା ସମେତ କଲେଜ ଅଧ୍ୟାପକ ଅଧ୍ୟାପିକା ଆଦିତ୍ୟ ସାହୁ, ସୁନନ୍ଦା ସେନାପତି, ଦିବାକର ନାଇକ, ରମେଶ ନାଇକ, ତାଡିଙ୍ଗି ରିନା କୁମାରୀ, ରଜନୀ ରାଣୀ ସଉନ୍ତା, ସିଗମାରାଣୀ ଦାସ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।
ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍


