ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାକୁ ସଫଳ ରୂପାୟନ ଦେବାପାଇଁ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାକୁ ସଫଳ ରୂପାୟନ ଦେବାପାଇଁ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ; ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଦେଲେ ସବିଶେଷ ବିବରଣୀ

ମୟୂରଭଞ୍ଜ – ୧୬/୧୨ ( ମସିହା) ଆସନ୍ତା ୫ ତାରିଖରେ ପ୍ରଥମ ସତ୍ର ତୀର୍ଥଯାତ୍ରୀ ଯିବେ ଉଜ୍ଜୟିନୀ ଏବଂ ଓଁକାରେଶ୍ୱର।

ରାଜ୍ୟ ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାକୁ ସଫଳ ରୂପାୟନ ଦେବାପାଇଁ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କୋର କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ଓ.ପ୍ର.ସେ (ବରିଷ୍ଠ) ଅଧ୍ୟକ୍ଷତା କରିଥିବା ବେଳେ, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା (ଓ.ପ.ସେ) ଏହି ବୈଠକକୁ ସଂଯୋଜନା ତଥା ପରିଚାଳନା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଏହି କାର୍ଯ୍ୟ ପ୍ରଣାଳୀର ସମସ୍ତ ସଦସ୍ୟ ତଥା ବିଭିନ୍ନ ବିଭାଗୀୟ ଜିଲ୍ଲା ଅଧିକାରୀ ମାନେ ଏହି ଯାତ୍ରା ଯୋଜନାର ପ୍ରଥମ ସତ୍ରରେ ମୟୂରଭଞ୍ଜ ଜିଲ୍ଲାରୁ ଯିବାକୁ ଥିବା ବରିଷ୍ଠ ନାଗରିକ ମାନଙ୍କ ସୁବିଧା ତଥା ସମ୍ପୂର୍ଣ ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସୂଚନା ଅନୁସାରେ, ସମଗ୍ର ଜିଲ୍ଲାରୁ ୬୨୮ଟି ଆବେଦନ ଗ୍ରହଣ ହୋଇଥିବା ବେଳେ ୩୪ଟି ଆବେଦନକୁ ଖାରଜ କରାଯାଇଛି ଏବଂ ପ୍ରଥମ ସତ୍ରରେ ସର୍ବମୋଟ ୨୪୫ଟି ବରିଷ୍ଠ ଦମ୍ପତ୍ତି ମାନଙ୍କୁ ଏହି ତୀର୍ଥ ଯାତ୍ରାରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଏବଂ ଓଁକାରେଶ୍ୱର ତୀର୍ଥ ସ୍ଥାନକୁ ନେଇ ଯାତ୍ରା କରାଯିବାର ବ୍ୟବସ୍ଥା ହୋଇଛି। ଏହି ବୈଠକର ସଂଚାଳିକା ଶ୍ରୀମତୀ ବେହେରାଙ୍କ ସୂଚନା ଅନୁସାରେ, ଜିଲ୍ଲାର ଏହି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱଳ୍ପ ସମୟ ରହଣି ବ୍ୟବସ୍ଥା ଜିଲ୍ଲା ସଦର ମହକୁମା ବାରିପଦା ଠାରେ କରାଯିବ। ତତ୍ସହିତ ସେମାନଙ୍କ ଖାଦ୍ୟପେୟ, ଶୌଚ ଆଦି ପାଇଁ ବ୍ୟବସ୍ଥା କରା ଯିବା ସହିତ ପତ୍ୟେକ ଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରାଯିବ। ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀଙ୍କୁ ଏହି ଯାତ୍ରାର ପ୍ରଚାର ପ୍ରସାର ଦାୟିତ୍ୱ ଦିଆ ଯାଇଥିବା ବେଳେ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ପ୍ରଯୋଜନାକୁ ସୁରୁଖୁରୁରେ ସମ୍ପାଦନା କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ ଦେଇଥିଲା। ଇତ୍ୟବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ, ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ଏହି ବରିଷ୍ଠ ନାଗରିକ ମାନଙ୍କ ସହିତ ଏହି ତୀର୍ଥ ଯାତ୍ରାରେ ଅନୁରକ୍ଷଣ ଅଧିକାରୀ ଭାବରେ ନିଯୁକ୍ତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥି ସହିତ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ମହାରଣା (ଓ.ପୋ.ସେ) ଏହି ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ବାହିନୀକୁ ମୁତୟନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସୂଚନା ଥାଉକି, ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନେ ୫ ଜାନୁଆରୀ ୨୦୨୪ ତାହୂ ୧୦ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନକୁ ଟ୍ରେନ ଯୋଗେ ବାଲେଶ୍ୱରରୁ ଯିବେ ଏବଂ ନିର୍ଧାରିତ ସ୍ଥାନରୁ ଫେରି ନିଜ ନିଜ ଅଂଚଳକୁ ଫେରି ଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କର ଯାଇଛି। ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ମୋହନ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କ୍ରୁତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

Sunil Chandra Nayak

ବନ ବିଭାଗ କର୍ମଚାରୀଙ୍କ ଦାବି ଅଣଦେଖା କରୁଛନ୍ତି ସରକାର: ଆନ୍ଦୋଳନର ଚେତାବନୀ

masiha

Leave a Comment

error: Content is protected !!