ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ଲାଞ୍ଜିଗଡ, ୨୦/୦୬()-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ସୁନାମଧନ୍ୟ ଚେନାଇ ରାଧା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଏସ. ଭେଙ୍କଟେସନଙ୍କ ୮୦ତମ ଜନ୍ମଦିବସକୁ ଆଜି ନିଆରା ଢଙ୍ଗରେ ପାଳନ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ସର୍ବ ପ୍ରଥମେ କେକ କାଟି ଜନ୍ମଦିବସ ପାଳନ କରିବା ପରେ ପରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ରକ୍ତଦାନ ଶିବିରରେ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା, ବେଦାନ୍ତ ଲିମିଟେଡ ପାୱାର ପ୍ଲାଣ୍ଟ ମୁଖ୍ୟ ପ୍ରବୋଧ କୁମାର ସିଂହ, ସଞ୍ଜୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ବରିଷ୍ଠ ନାଗରିକ କାମରାଜ ଦଳବେହେରା, ଆଇଜାକ କମ୍ପାନୀର ପ୍ରକଳ୍ପ ଇନଚାର୍ଜ ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇଥିଲେ। ଚେନାଇରାଧା ଆବାସିକ ପରିଚାଳକ ଦିଲିପ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରକୁ ଭି. ଶିବ କୁମାର, ସନ୍ତୋଷ କୁମାର ସାହୁ, ଅନୁଜ ସାସମଲ, ରାକେଶ ଜେନା ପ୍ରମୁଖ ପରିଚାଳନା କରିଥିଲେ। ଓଡ଼ିଶା ରକ୍ତଭଣ୍ଡାରର ଟେକ୍ନିସିଆନ ଅଜିତ କୁମାର ନାଏକ, ସଞ୍ଜୀବ ମହାଖୁଡ଼, ଗିରୀଶ ନାଏକ, ଡୋଳାମଣି ମାଝୀ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ସେହିପରି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତା ତଥା ଲାଞ୍ଜିଗଡ ପ୍ରେସ କ୍ଳବ ପକ୍ଷରୁ ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ, ଦିଲୀପ ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

masiha

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!