ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ. ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି

ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ

ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି

ରାଉରକେଲା: ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କି ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ବେହେରା , ବିଶ୍ରା ବ୍ଲକ ଉନ୍ନୟନ ଅଧିକାରୀ,ବିଶ୍ରା ତହସିଲଦାର ଏବଂ ବିଜେଡି ର ଯୁବନେତା ସୋମନାଥ ରାହା, ବିକ୍ରମ ସିଂ,ତାରିକ ଆଜ଼ିଜ଼ ଏବଂ ଅନନ୍ୟା ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ବିଧାୟକ ଭଙ୍ଗା ରାସ୍ତା, ପୋଲ ଏବଂ ଜଳବନ୍ଧ ହୋଇଥିବା ଗାଁ ଗୁଡିକୁ ବୁଲି ଦେଖିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ। ସେ ଅଧିକାରୀ ମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ, ଜଳ ନିଷ୍କାସନ, ରିଲିଫ ବଣ୍ଟନ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଶ୍ରୀ ତିର୍କୀ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ କଥା ହୋଇ ପୁନଃ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅର୍ଥ ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

masiha

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

masiha

ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!