ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷା ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ସହିତ ସେକ୍ଟର-୬ ମହିମା ଆଶ୍ରୟ ବସ୍ତି, ସେକ୍ଟର-୭ ଅଭିରାମପାଲି ବସ୍ତି ଅଞ୍ଚକ ସମେତ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ । ପରିଦର୍ଶନ ସମୟରେ ବର୍ଷାରେ ଭାଙ୍ଗିଥିବ ଘର ଗୁଡିକୁ ମରାମତି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଉଭୟେ ପ୍ରତିଶ୍ରୁତି ଦେଇଥିଲେ ।ଜିଲ୍ଲାପାଳ ଏବଂ ବିଧାୟକଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

Leave a Comment

error: Content is protected !!