ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

ସୁନ୍ଦରଗଡ଼, ୧୮/୦୮/୨୬: ଓମ୍ବାଡସି(OMBADC) ଓଭରସାଇଟ୍ ଅଥୋରିଟୀଙ୍କ ଓଏସ୍‌ଡି-୧ ଶେଖ୍ ନଇମୁଦ୍ଦିନ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଓ ଅଗ୍ରଗତି ସମୀକ୍ଷା କରିଛନ୍ତି।

ଗସ୍ତ ସମୟରେ ଓମ୍ବାଡସି ଓଏସ୍‌ଡି ସ୍ଥାନୀୟ ପୁରଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ସୂଚନା ଓ ଲୋକସମ୍ପର୍କ ବିଭାଗର ପାଠାଗାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ, ଜିଲ୍ଲା ସଂସ୍କୃତି ଭବନ ଠାରେ ଅବସ୍ଥିତ ପାଠାଗାରର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ପାଠାଗାର କର୍ମଚାରୀ ମାନଙ୍କ ସହିତ ପାଠାଗାର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ପାଠାଗାରର ପରିବେଶ, ଭିତ୍ତିଭୂମି ଓ ପୁସ୍ତକଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ପାଠାଗାର ର ବିଭିନ୍ନ ରେଜିଷ୍ଟର ଗୁଡ଼ିକ ଯାଞ୍ଚ କରିଥିଲେ। ଏଥିସହିତ ପାଠାଗାରରେ ଅଧ୍ୟୟନରତ ପାଠକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ପାଠାଗାରରେ ଆହୁରି କେଉଁ ପ୍ରକାରର ସୁବିଧା ସେମାନଙ୍କୁ ଆବଶ୍ୟକ, ସେନେଇ ମଧ୍ୟ ସେ ଛାତ୍ରଛାତ୍ରୀଙ୍କ ମତାମତ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଅଧ୍ୟୟନ ପାଇଁ ଆହୁରି ପୁସ୍ତକ, ପତ୍ରିକା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଗୁଡିକର ଆବଶ୍ୟକତା ଉପରେ କହିଥିଲେ । ପରେ ପରେ ଓମ୍ବାଡସି ଓଏସ୍‌ଡି ଏବଂ ତାଙ୍କ ଦଳ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା (Regional Food Testing Laboratory) ପରିଦର୍ଶନ କରିଥିଲେ। ପ୍ରୟୋଗଶାଳା ଭବନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଏହାର ନିର୍ମାଣ ଗୁଣବତ୍ତା ଓ ସମ୍ପୂର୍ଣ୍ଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହିତ ପିଡବ୍ଲ୍ୟୁଡି ବିଭାଗ ଠାରୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରୟୋଗଶାଳା ଭବନ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରି ଏହାକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO)ଙ୍କ ସହ ଆଲୋଚନା କରି ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରୟୋଗଶାଳାଟି ଶୀଘ୍ର କାର୍ଯ୍ୟକ୍ଷମ ହେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିସହିତ ଜିଲ୍ଲାରେ ଓମ୍ବାଡସି ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଏହାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଓଏସ୍‌ଡି ଗୁରୁତ୍ୱାରୋପ କରିଥିଲେ। ଏନ୍‌ସିଡି (NCD) କମ୍ପ୍ଲେକ୍ସ ସମେତ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବିଳମ୍ବ ନକରି କାର୍ଯ୍ୟକ୍ଷମ କରିବା ନିମନ୍ତେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ଆମ୍ବାଡସି ଅଧୀନରେ ନିର୍ମିତ ଭିତ୍ତିଭୂମିଗୁଡ଼ିକର ଉପଯୋଗ ସୁନିଶ୍ଚିତ କରିବା ସହ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ଅମ୍ବୁଜ ପ୍ରସାଦ – ଟିମ୍ ଲିଡର୍, ଓମ୍ବାଡସି, ପିଏମ୍‌ୟୁ, ଶ୍ରୀ ନଳିନୀ କୁମାର ଦାସ ଏବଂ ସୁଦର୍ଶନ ସାୱରା, ଓମ୍ବାଡସି, ପିଏମ୍‌ୟୁର ବିଶେଷଜ୍ଞ, ୱାସିମ୍ ଅହମ୍ମଦ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼,ପ୍ରଣୟ କୁମାର ପଟେଲ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼, ସିଦ୍ଧେଶ୍ୱର ପଟ୍ଟନାୟକ,ଜୀବିକା ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୪୨ ମୌଜା ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

Sunil Chandra Nayak

ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ 

masiha

କୃଷିବିଜ୍ଞାନ କେନ୍ଦ୍ର ରେ ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!