ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ତହସିଲଦାର ଓ ରାଇରଙ୍ଗପୁର ଏସିଏସଓଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବିଜାତଳା ତହସିଲଦାର ଓ ରାଇରଙ୍ଗପୁର ଏସିଏସଓଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର ତା ୩୧.୦୫.୨୦୨୬ — ଦୀର୍ଘ ବର୍ଷ ଧରି ସରକାରୀ ଚାକିରୀରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ବିଜାତଳା ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ଭୂୟାଁ ଓ ରାଇରଙ୍ଗପୁର ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ସାରଙ୍ଗଧର ବେହେରା ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।

ଏହି ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ଅଧିକାରୀଙ୍କ ପାଇଁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ବିଦାୟକାଳୀନ ସଭାରେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ସ୍ୱାଗତ ଭାଷଣ ଦେବା ସହ ଉଭୟ ଅଧିକାରୀଙ୍କୁ ନିଷ୍ଠାପର,ଦାୟିତ୍ୱ ସମ୍ପନ୍ନ ଓ କର୍ତ୍ତବ୍ୟନିଷ୍ଠ ଭାବେ ଅଭିହିତ କରିବା ସହ ଶାନ୍ତ, ସରଳ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ବୋଲି କହିଥିଲେ।

ଉପଜିଲ୍ଲାପାଳ ଶ୍ରୀ ଓରାମ ଉଭୟ ଅଧିକାରୀଙ୍କୁ ସମ୍ଭୋଧିତ କରି କହିଥିଲେ ଯେ ସରକାରୀ ଚାକିରି କାର୍ଯ୍ୟକାଳ ସମୟରେ ନିଜ ନିଜ କାର୍ଯ୍ୟ ପରିସରରେ ସରକାରୀ ନିୟମନୀତିକୁ ଅନୁପାଳନ ପୂର୍ବକ ଲୋକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ସେମାନଙ୍କର ଉତ୍ସର୍ଗୀକୃତ ଓ ସମ୍ବେଦନଶୀଳ ମନୋଭାବ ଏବଂ ସମୟାନୁବର୍ତ୍ତୀ ସହ ଦାୟିତ୍ୱବୋଧ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଶୈଳୀ ନିଶ୍ଚିତ ଭାବେ ବର୍ତମାନ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ପ୍ରେରଣାଦାୟୀ ହେବ। ପରେ ଉଭୟ ଦୁଇଜଣ ପ୍ରଶାସନିକ ଅଧିକାରୀଙ୍କୁ ଉପଜିଲ୍ଲାପାଳ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ତଦସହ ସରକାରୀ ହେବାରୁ ସେବା ନିବୃତ ହେବାପରେ ସାମାଜିକ କ୍ଷେତ୍ରରେ,ନିଜର ବନ୍ଧୁବାନ୍ଧବ,ପରିଜନଙ୍କ ମଧ୍ଯରେ ନିଜକୁ ନିୟୋଜିତ କରି କିଛି ନିଜ ସାଧ୍ଯମତେ ସେବାକରି ବାକିତକ ଜୀବନକୁ ଏକଲାପଣ, ଅଵସାଦ ମୁକ୍ତ, ସୁସ୍ଥ,ନିରୋଗ ଓ ଶାନ୍ତିପୁର୍ଣ ରେ ବିତାନ୍ତୁ ବୋଲି ଅତିଥିଗଣ ପରାମର୍ଶ ଦେଇଥିଲ ।ଅନୁଷ୍ଠିତ ସଭାରେ ଉପସ୍ଥିତ ଥିବା ଅଧିକାରୀ ଓ କର୍ମଚାରୀମାନେ ଉଭୟ ଅଧିକାରୀଙ୍କ ସହିତ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରିବା ସମୟର ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ। 

ବିଦାୟୀ ଅଧିକାରୀ ଶ୍ରୀ ଭୂୟାଁ ଓ ଶ୍ରୀ ବେହେରା ମଧ୍ୟ ସେମାନଙ୍କ ଚାକିରୀ ଜୀବନର କିଛି ଅଭୁଲା ସ୍ମୃତି ବଖାଣି ଥିଲେ। ଭାବ ବିନିମୟ ଜରିଆରେ ବିଦାୟ କାଳୀନ ସଭାଟି କିଛି ମୁହୂର୍ତ୍ତ ପାଇଁ ଭାବାବେଗ ପୂର୍ଣ୍ଣ ହୋଇଉଠିଥିଲା

 ଅନୁଷ୍ଠିତ ଏହି ସଭାରେ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକର ଵିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ରାଇରଙ୍ଗପୁର ପିଏଆଇଟିଡିଏ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭଗୀୟ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ବୟଙ୍କୁ ସମ୍ମାନଭରା ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଅବସର ପରବର୍ତୀ ସମୟ ଶୁଭମଙ୍ଗଳ ମନାସି ଥିଲେ .

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

masiha

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

masiha

ଶାନ୍ତି ଶକ୍ତି ଭଵନରେ ଜଗଦମ୍ଵା ସରସ୍ଵତୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ     

masiha

Leave a Comment

error: Content is protected !!