ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

ନର୍ଲା,୬|୫ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମଠାରେ ଯାଦବ ମହାସଭା ପକ୍ଷରୁ ବରିଷ୍ଠ ଯାଦବ ନେତୃତ୍ବ କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ସ୍ବର୍ଗତ ମାହାରଙ୍କ ଏକଦଶାହ ଦିବସ ଅବସରରେ ଏନେଇ ଆୟୋଜିତ ସଭାର ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ଡ଼ଃ ସଞ୍ଜୟ କୁମାର ଧଙ୍ଗଡାମାଝୀ। ସଭାରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଉତ୍କଳ ଯାଦବ ମହାସଭାର ପୂର୍ବତନ ସମ୍ପାଦକ କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହୃଷିକେଶ ଭୋଇ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ତଥା ସ୍ବର୍ଗତ ମାହାରଙ୍କ ଜ୍ୟେଷ୍ଠ ଭାଇ ଦୁଲ୍ଲଭ ମାହାର, ଭବାନୀପାଟଣା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ନିଳମଣି ସାହୁ, ଲୋକ ସଂସ୍କୃତି ଗବେଷକ ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜି, ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଯୁଏଡ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ଯୁବ ଯାଦବ ମହାସଭା କଳାହାଣ୍ଡିର ଉପସଭାପତି ଡାକେଶ୍ବର ଲହଜଲ, ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଗିରିଧାରୀ ଗଉଡ, ନର୍ଲା ବ୍ଲକ ସାଧାରଣ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ବରିଷ୍ଠ ଯାଦବ ନେତୃତ୍ବ ନଳିନୀକାନ୍ତ ରାଉତ, ସତ୍ୟନାରାୟଣ ବିଶିଙ୍କ ସମେତ ଛତିଶ ପାଟକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ବର୍ଗତ ମାହାରଙ୍କ ସ୍ମୃତି ଚାରଣ କରିଥିଲେ। ସଭାରେ ସ୍ବର୍ଗତ ମାହାରଙ୍କ ପୁଅ ରୋହିତ ମାହାର, ବନ୍ଧୁବାନ୍ଧବ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଶିକ୍ଷାବିତ ମଧୁସୂଦନ ରାଉତ ସଭା ପରିଚାଳନା କରିଥିବାବେଳେ ଶେଷରେ ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

masiha

ଆଜି ସୁଭଦ୍ରା ଯୋଜନା ର ଶୁଭାରମ୍ଭ… କଳାହାଣ୍ଡି ମହିଳା ପାଇଲେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି,ବ୍ୟାଙ୍କ ଖାତାକୁ ଗଲା ପାଞ୍ଚ ହଜାର ଟଙ୍କା

masiha

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!