ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ମୁମ୍ୱାଇରେ ସ୍ବାଧିନତା ଦିବସ ପାଳିତ 

ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ମୁମ୍ୱାଇରେ ସ୍ବାଧିନତା ଦିବସ ପାଳିତ 

କଟକ : ତିନି ଦଶନ୍ଧି ଧରି କର୍କଟ ରୋଗୀଙ୍କ ସେବାରେ ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାମାଜିକ ସଂଗଠନ “ଶ୍ରଦ୍ଧା ଫାଉଣ୍ଡେସନ” ତରଫରୁ ଖାରଘର,ଚେମ୍ବୁର (ମୁମ୍ବାଇ),ଭୁବନେଶ୍ବର ଠାରେ ସ୍ଵାଧୀନତା ଦିବସ ପାଳିତ ହୋଇ ପ୍ରତିଷ୍ଠାତା ଶିଳ୍ପପତି କ୍ୟାପଟେନ କମଳାକାନ୍ତ ଚୌଧୁରୀ,ମ୍ୟାନଜିଂ ଟ୍ରଷ୍ଟି ସାଧନା ଚୌଧୁରୀ,ସେନଟ୍ରମ୍ ଫାଉଣ୍ଡେସନ ଟ୍ରଷ୍ଟି ଶ୍ରୀ କୁମୁଦ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ବଣିକ,ମ୍ୟାନେଜର ପ୍ରସନ୍ନ ମିଶ୍ର,ଶିକ୍ଷାବିତ୍ ବସନ୍ତ ବିଶ୍ୱାଳ, ସଂଜୟ ପାଟିଲ,ସମୀର ଦାସ,ସମାଜସେଵୀ ଦୀପକ ମହାପାତ୍ର,ପ୍ରୀତିକାନ୍ତ ପଟ୍ଟନାୟକ,ଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କ୍ୟାନ୍ସର ରୋଗୀ ଓ ଅନ୍ତେବାସୀଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ଚକ୍ରବର୍ତ୍ତୀ ଓତା,ବିପିନ ଦାସ,ବିଶ୍ୱଜିତ୍ ଦଳାଇ,ରମେଶ ଯାଦବ,ଶ୍ରୀ ପତି ମହାନ୍ତି,ସନ୍ତୋଷ ଗାୟି୍କ୍ୱାଡ଼ ପ୍ରମୁଖ ସହଯୋଗ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ମିଳିତ ଆନୁକୁଲ୍ୟରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ

Sunil Chandra Nayak

ରାସ୍ତା ଉପରେ ପସରା ପକାଉଥିବା ବ୍ୟବସାୟୀ ଙ୍କୁ ପ୍ରଶାସନର ତାଗିଦ

Sunil Chandra Nayak

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

Sunil Chandra Nayak

Leave a Comment

error: Content is protected !!