ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ -15/08 – ସ୍ୱାଧୀନତାର 77ବର୍ଷ ଅବସରରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ର ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଲକ୍ଷ୍ମୀପ୍ରସାଦ ଠାରେ ଥିବା ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ, ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜହ୍ନlପଙ୍କଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ନାରାୟଣ ନଗର ଗ୍ରାମର ତ୍ରିବେଣୀ ଛକ,ଗଙ୍ଗାଧର ଛକ ଓ ଜଗନ୍ନାଥ ମନ୍ଦିର ଦେଇ ଦୈନିକ ବଜାର ଠାରେ ପହଁଞ୍ଚିଥିଲେ l ସେଠାରେ ସମସ୍ତ ସ୍କୁଲର ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏକ ହୋଇଥିଲେ l ବାବୁଲା ସାହୁ ପ୍ୟାରେଡ କରି ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁଙ୍କୁ ପତାକା ଉତୋଳନ ପାଇଁ ଆମନ୍ତ୍ରଣ କରିଥିଲେ l ଶ୍ରୀଯୁକ୍ତ ଭୋଳାଗିରି ସାହୁ ପତାକା ଉତୋଳନ କରି ଭାଷଣ ଦେଇଥିଲେ l ଛାତ୍ର, ଛାତ୍ରୀ ମାନେ ଜନ ଗଣ ମନ ଅଧିନାୟକ ଜୟ ହେ ବୋଲି ଗୀତ ଗାଇଥିଲେ l ସରକାର ଦେଉଥିବା ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚି ପାରୁଛି l ମିଶନ ଶକ୍ତି ମା ମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ମିଶନ ଶକ୍ତି ତରଫରୁ ଋଣ ଯୋଗାଇ ଦେଉଛନ୍ତି l ବିଜୁ ପକ୍କାଘର, କାଳିଆ ଯୋଜନା ଏଭଳି ଅନେକ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚିପାରୁଛି ବୋଲି ଭୋଳାଗିରି ସାହୁ କହିଥିଲେ l ଛାତ୍ର, ଛାତ୍ରୀମାନେ ଭାରତ ମାତାକି ଜୟ, ମହାତ୍ମା ଗାନ୍ଧୀ କି ଜୟ , ସୁବାଷ ବୋଷ କି ଜୟ,ଇନ୍ଦିରାଗାନ୍ଧୀ କି ଜୟ, ଜୟ ଯବାନ,ଜୟ କିଷାନ ବୋଲି ସ୍ଲୋଗାନ ଦେଉଥିଲେ l ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

masiha

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

masiha

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!