ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ଯୁବ ଭାରତ ପକ୍ଷରୁ ବୃକ୍ଷରୋପଣ 

ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ଯୁବ ଭାରତ ପକ୍ଷରୁ ବୃକ୍ଷରୋପଣ 

 ରାୟଗଡା-ଭାରତ ସ୍ବଭିମାନ ଟ୍ରଷ୍ଟ ଓ ଯୁବ ଭାରତ ରାୟଗଡା ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ରାୟଗଡା ସହର ସ୍ଥିତ ଭ୍ଯୁ ପଏଣ୍ଟ ନିକଟରେ ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ପ୍ରକାର ଓଷଧିୟ ଗଛ ଯଥା ଅଁଳା,ବାହାଡା,ବଟ,ଉସ୍ତ ଓ ଲିମ ଗଛ ରୋପଣ କରିଥିଲେ। ଉକ୍ତ ସ୍ଥାନରେ ରେ ସଂସ୍ଥା ର କର୍ମକର୍ତ୍ତାମାନେ ଯୋଗ କରିବା ସହ ମନ୍ତ୍ର ଉଚାରଣ କରି ବିଭିନ୍ନ କିସମର ଗଛ ଲଗାଇଥିଲେ। ପରେ ପ୍ରତିବର୍ଷ ରାୟଗଡା ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ଯକ୍ରମରେ ଭାରତ ସ୍ବାଭିମାନ ଟ୍ରଷ୍ଟ ର ସଭାପତି ରାଜେଶ କୁମାର ଦଳେଇ,ଯୁବ ଭାରତ ରାୟଗଡା ଶାଖାର ସଭାପତି ବିନୟ କୁମାର ସ୍ବାଇଁ ଓ କିଶାନ ପ୍ରଭାରୀ କିଶୋର ଚନ୍ଦ୍ର ଦୋରାଙ୍କ ସମେତ ପତଞ୍ଜଳି ପରିବାରର ସଦସ୍ଯ ମାନେ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ

masiha

ନବରଙ୍ଗପୁରରେ ‘ମିଶନ୍ ଅକ୍ସିଜେନ୍’ ପାଇଁ ପ୍ରସ୍ତୁତି ଵିଠକ 

masiha

ପ୍ରାକ୍ତନୀ ସମାବେଶ ୨୦୨୪

masiha

Leave a Comment

error: Content is protected !!