ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାର ଶୁଭାରମ୍ଭ

ମୟୂରଭଞ୍ଜ -୫/୬ (ମସିହା) ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ଵୃହତ୍ତମ ଉପଖଣ୍ଡ ହେଉଛି ବାମନଘାଟୀ ଉପଖଣ୍ଡ , ରାଇରଙ୍ଗପୁର ।ସଦର ଜିଲ୍ଲା ମହକୁମାର ବାମନଘାଟୀ ସିମାନ୍ତ ତିରିଂ ହେଉଛି ୧୨୦ କିମି ଦୂରରୁ ଉର୍ଦ୍ଧ୍ବ ।ଵାମନଘାଟୀ ଉପଖଣ୍ଡ ୭ ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ ।ଏହି ଆଦିବାସୀ ଅଧ୍ୟୁଷିତ ବାମନଘାଟି ଉପଖଣ୍ଡର ଅଧିକାଂଶ ଅଂଚଳ ନଦୀ,ନାଳ,ପାହାଡ଼ ପର୍ବତ ଦୁର୍ଗମ ଅଞ୍ଚଳ ଅଟେ । ୬୦ ଭାଗରୁ ଉର୍ଦ୍ଧ୍ବ ଲୋକେ ଆଦିବାସୀ । ଅଧିକାଂଶ ଅଂଚଳ ଶିକ୍ଷା,ଗମନା ଗମନ,ବିଜୁଳି,ଗମନାଇମନ, ସ୍ବାସ୍ଥ୍ୟ,ଜଳସେଚନ ସବୁଥିରେ ପଛୁଆ । ସରକାର କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି ହେଲେ ତାହାର ସୁଫଳ ମିଳୁ ନାହିଁ ।ପ୍ରଶାସନ ଲୋକଙ୍କ ପାଖକୁ ଅପହଞ୍ଚ ଓ ବହୁ ଦୂରରେ । ତେଣୁ ବାମନଘାଟୀ ଉପଖଣ୍ଡ କୁ ସ୍ବତନ୍ତ୍ର ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ କିଛି ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି ।ନୂତନ ଜିଲ୍ଲା ପାଇଁ ଉପଖଣ୍ଡ ବାସୀ ଅଣ୍ଟା ଭିଡିଲେଣି । ଏଥିପାଇଁ ସେମାନେ ବାମନଘାଟୀ ବନ୍ଦ, ଜିଲ୍ଲାପାଳଙ୍କୁ ଦାବିପତ୍ର,ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ରାଇରଙ୍ଗପୁର ପୂର୍ତ ବିଭାଗରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଭିନ୍ନ ଗଠନ ତରଫରୁ ଜିଲ୍ଲା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ନିକଟରେ ପଦ୍ମପୁର ଉପଖଣ୍ଡକୁ ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବାମନଘାଟୀ ଉପଖଣ୍ଡରେଜିଲ୍ଲା ଗଠନ ପାଇଁ ସବୁକିଛି ଭିତ୍ତିଭୂମି, ସରକାରୀ କାର୍ଯ୍ୟାଳୟ ଅଛି ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ସମୟରେ ୩୦ ଜିଲ୍ଲା ଗଠନ ସମୟରେ ରାଇରଙ୍ଗପୁର ଜିଲ୍ଲା ଦୁର୍ଭାଗ୍ୟ ବଶତଃ ଛାଡି ଦେଇଥିଲେ । ସେଥିପାଇଁ ସେ ନିଜକୁ ପରମୁହୂର୍ତରେ ଅବଶୋଷ କରିଥିଲେ । ତେଣୁ ସବୁକିଛି ଭିତ୍ତିଭୂମି ଥାଇ ମଧ୍ୟ ରାଜ୍ୟ ସରକାର ରାଇରଙ୍ଗପୁର ଜିଲ୍ଲାକୁ ମାନ୍ୟତା ଦେବାପାଇଁ ଉପଖଣ୍ଡବାସୀ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଆଜି ଠାରୁ ବାମନଘାଟୀ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ନୂତନ ଜିଲ୍ଲା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଶୁଭାରମ୍ଭ କରାଯାଇଛି । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଫିତାକାଟି ନଡ଼ିଆ ଫଟାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ/ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ,ବର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି, ଆଡଭୋକେଟ ପ୍ରଭାସ କବି,ଅଧ୍ୟାପକ ବିଜୟ ରାମ ଆଡଭୋକେଟ ରବି ଦାସ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବିଜେଡି ଯୁବ ନେତା ପିଙ୍କୁ ବଳ, କାଳୀପ୍ରସନ୍ନ ମହାନ୍ତି,କିଶୋର ରଜକ,ଉପେନ୍ଦ୍ର ମଣ୍ଡଳ,ବୀର କିଶୋର ମହାପାତ୍ର, ବିଶ୍ବନାଥ ଦାସ,ବୁଲା ପଣ୍ଡା,ମନୋଜ ଦାସ ( ବାପି),ଶ୍ରମିକ ନେତା ଦୟାନିଧି ମହାକୁଡ଼,ବୁଧେ ପାତ୍ର,ହାମ୍ବାଇ କିସ୍କୁ, ସାମ୍ବାଦିକ ଶରତ ଦାସ,ସୁଜିତ ପଟନାୟକ,ସତ୍ୟ ନାରାୟଣ ପାଲ, ତୁଷାର କାନ୍ତ ମହାନ୍ତ, ଜୀତେନ୍ଦ୍ର ଅଗ୍ରୱାଲ,ମଳୟ ଦାସ,ସୌରଭ ପଟ୍ଟନାୟକ, ଖୁଦୀରାମ ମହାନ୍ତି, ସଂଜୟ ପରିଡା,ନୀରଜ ସାହୁ,ଶ୍ଯାମଳେନ୍ଦୁ ପରିଡ଼ା,ଉତ୍ତମ ରାମ, ମେଘନାଦ ହେମ୍ବ୍ରମ, ଅକ୍ଷୟ ବିଶ୍ବାଳ ବିନୟ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ,କବି,ଲେଖକ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ଗଣ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କର ଗୋଟିଏ ସ୍ବର ସରକାର ଆମକୁ ରାଇରଙ୍ଗପୁର ଜିଲ୍ଲା ଦରକାର । ଏହାପରଠାରୁ ଦୈନନ୍ଦିନ ଏହି ଧାରଣା ସ୍ଥଳରେ ଶୃଙ୍ଖଳାର ସହ ଧାରଣା ଦିଆଯିବ ।ସମସ୍ତ ବାମନଘାଟୀ ଉପଖଣ୍ଡବାସୀ ଜାତି,ଦଳ,ଧର୍ମ ନିର୍ବିଶେଷରେ ସମସ୍ତେ ଏଠାକୁ ଆସି ବିପୁଳ ସମର୍ଥନ,ସହଯୋଗ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଦୋଳନର କ’ଣ ରୂପରେଖ ନିଆଯିବ ତାହା କ୍ରିୟାନୁଷ୍ଠାନ କମିଟି ଚିନ୍ତା କରିବ । ଯେପର୍ଯ୍ୟନ୍ତ ସରକାର ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା କରି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧାରଣା ଓ ଆନ୍ଦୋଳନ ଚାଲୁ ରହିବା ପାଇଁ ସର୍ବଦଳୀୟ ନିଷ୍ପତ୍ତି ହୋଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚୈତ୍ରପର୍ବ ରାମନବମୀ ମହାସମାରୋହରେ ପାଳିତ

Sunil Chandra Nayak

କଳାହାଣ୍ଡି ଉତ୍ସବ ମଞ୍ଚ ପ୍ରସ୍ତୁତି ପାଇଁ ସ୍ଥାପନ ହେଲା ଶୁଭ ଖୁମ୍ବ  ଏ ବର୍ଷ ମଞ୍ଚ ରୂପେ ଝଲସିବ ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ 

masiha

ରାଜଗାଙ୍ଗପୁର କଣ୍ଟା ବ୍ୟବସାୟ ଉପରେ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ର ଚଢ଼ାଉ 

Sunil Chandra Nayak

Leave a Comment

error: Content is protected !!