ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ , ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ

ବଲାଙ୍ଗିର ୨୪/୩ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଏବେ ସବୁଠି ଚର୍ଚ୍ଚା। ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁ ର ଜାବେଦ ମହମ୍ବଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର ଖଞ୍ଜି ପାଣି ବାହାର କରିଥିଲେ। ଏଥିରେ ସୁନାଭଳି ଚକ୍ ଚକ୍ କରୁଥିବା ପଦାର୍ଥ ବାହାରୁଥିବା ଚାଷୀ ଜଣକ ଦେଖିଥିଲେ। ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ କରି ଅନ୍ୟ ମାନଙ୍କୁ କହିଥିଲେ। ଏନେଇ ସ୍ଥାନୀୟ ପ୍ରଶାସନ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ଶୁକ୍ରବାର ପହଞ୍ଚି ଚାଷୀ କୁ ଭେଟି ପଚାରିବା ସହ ସୁନା ଭଳି ପଦାର୍ଥ ମିଶା ଚକ ଚକ୍ କରୁଥିବା ବାଲି ସଂଗ୍ରହ କରିଥିଲେ। ଏହି ଖବର ପ୍ରଚାରିତ ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପଚାରିବାରୁ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍ ଚକ୍ କରୁଥିବା ମାଟି ସଂଗ୍ରହ କରିଛୁ। ଜିଲ୍ଲା ଖଣି ବିଭାଗ ସହ ଆଲୋଚନା ହୋଇଛି, ସଂଗୃହିତ ବାଲି ପରୀକ୍ଷା ପରେ ପ୍ରକୃତ ରେ ସୁନା କି ନୁହ ଜଣା ପଡ଼ିବ ବୋଲି କହିଛନ୍ତି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ 

Sunil Chandra Nayak

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

masiha

ବଜ୍ରପାତ ନେଲା ତିନି ଜଣ ମଣିଷ,ପାଞ୍ଚଟି ଗାଇ ଓ ଆଠୋଟି ଛେଳିର ଜୀବନ   

masiha

Leave a Comment

error: Content is protected !!