ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା ୫/୧୧, ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସଂନ୍ଧ୍ୟାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

     ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ନେଇ ସେକ୍ଟର-୨ ଉତ୍କଳ ସାଂସ୍କୃତିକ ପରିଷଦ, ସିଭିଲ ଟାଉନସିପ୍ ଅଞ୍ଚଳ ସ୍ଥିତ ସିଭିଲ ଟାଉନସିପ୍ ସାଂସ୍କୃତିକ ପରିଷଦ, ଉଦିତନଗର ସ୍ଥିତ ଉଦିତନଗର ସାଂସ୍କୃତିକ ପରିଷଦ, ଛେଣ୍ଡ କଳିଙ୍ଗବିହାର ସ୍ଥିତ ଛେଣ୍ଡ-କଳିଙ୍ଗବିହାର ବୋଇତ ବନ୍ଦାଣ ଉତ୍ସବ ସମିତି ସମେତ ସେକ୍ଟର-୧୪ର କୋଣାର୍କ ସାଂସ୍କୃତିକ ପରିଷଦ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

    ଗତକାଲି ସନ୍ଧ୍ୟାରେ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସାଂସ୍କୃତିକ ଦ୍ବିତୀୟ ସଂଧ୍ୟାରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟଅତିଥି, ସାମାଜିକ କର୍ମୀ ପ୍ରଫୁଲ୍ଲ ସୁନ୍ୟାନୀ ଉଦଘାଟକ, ଇସ୍ପାତ କାରଖାନା ସହରସେବା ମୁଖ୍ୟ ମହାପ୍ରବନ୍ଧକ ତପନକୁମାର କାନେକର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କାର୍ତ୍ତିକ ପୂର୍ଣ୍ଣିମାର ମାହାତ୍ମ୍ୟ, ଓଡ଼ିଶାର ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ରଶ୍ମିତ ସାହାଣୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଶଙ୍କର ଜେନା ସମ୍ପାଦକୀୟ ବିବରଣୀ ଓ ଅଧ୍ୟକ୍ଷ ସୁନିଲ କାୟଲ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମାଜସେବୀ ଯଶବିନ୍ଦର ସିଂ ଗୋଲଡି,ସାମ୍ବାଦିକା ତଥା କବି ଡ ସସ୍ମିତା ପ୍ରଧାନ, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ହୋତା, ଛାତ୍ର ସାଗର ଭୂମିଜ, ଦେବଦତ୍ତ ଜେନା, ଆଶିର୍ବାଦ ସ୍ବାଇଁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରତିଭା କଳା କେନ୍ଦ୍ର,ନେକସ୍ଟଜେନ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ, କଲ୍ୟାଣୀ କଳା କେନ୍ଦ୍ର, ସେକ୍ଟର ୩ ଥାନା ପ୍ରଭାରୀ ପିଙ୍କି ମୁର୍ମୁ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ତାଙ୍କ ଗ୍ରୁପ୍ ଦ୍ବାରା ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

   ଆଜି ଭୋର ସମୟରେ ଅନୁଷ୍ଠାନ ତରଫରୁ ପ୍ରାୟ ୨୦୦ ମହିଳାଙ୍କ ଏକ ଡିଜାଇନ୍ ଶାଢ଼ୀ ପରିହିତା ହୋଇ ଏକ ଶୋଭାଯାତ୍ରାରେ ଯାଇ କୋଏଲ ନଦୀର ବୈକୁଣ୍ଠ ଘାଟରେ ବୋଇତ କୁ ଭସାଇ ଥିଲେ। ପରିଷଦର ସମସ୍ତ ଉପଦେଷ୍ଟା, କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମୋନାଲିସା ସାହୁ, ଜ୍ୟୋସ୍ନାରାଣୀ ସାହୁ,ମୋନାଲିସା ଗୈ।ଡ଼ ମଞ୍ଚ ପରିଚାଳନା ଓ ଗରିମା ପରିବାରର ସମସ୍ତ ସଦସ୍ୟା ମାନେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ

masiha

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

masiha

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

Leave a Comment

error: Content is protected !!