ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ସୁରକ୍ଷା କୁ ନେଇ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ଵୈଠକ

ତେନ୍ତୁଳିଖୁଣ୍ଟି ୧୦/୦୧/୨୩-ତେନ୍ତୁଳିଖୁଣ୍ଟି ବ୍ଳକର କୁଯାଜାନୀଗୁଡା ଠାରେ ଜଙ୍ଗଲ ଅଧିକାରୀ ଙ୍କ ଉପସ୍ଥିତ ରେ ଗ୍ରାମବାସୀ ସହ ଜଙ୍ଗଲ ର ସୁରକ୍ଷା ନେଇ ଵୈଠକ ହୋଇଥିଲା । ଫରେଷ୍ଟର ଅମିତ କୁମାର ଦାସ, ଫରେଷ୍ଟ ଗାର୍ଡ ରିତେଶ କୁମାର ସୁନା, ପାରା ଗାର୍ଡ କବିରାଜ ନାୟକ ,ଆମ ଜଙ୍ଗଲ ସଂଯୋଜକ ରାଜୀବ ଭତରା ଉପସ୍ଥିତ ରହି ଜଙ୍ଗଲ କୁ ନିଆଁରୁ ରକ୍ଷା କରି ନୂତନ ଜଙ୍ଗଲ ସୃଷ୍ଟି କରିହେବ ଗ୍ରାମବାସୀ ଙ୍କୁ ବୁଝାଇ ଥିଲେ।ନୂତନ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମନରେଗା ଯୋଜନା ରେ ଅନୁଦାନ ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ୍।କୁଯାଜାନୀଗୁଡା ଗ୍ରାମରେ ଏକ ନୂତନ ପୋଖରୀ ଖନନ କରିବାକୁ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ଦାବି ଜଣେଇଥିଲେ।କୁଯାଜାନୀଗୁଡା ରେ ଗ୍ରାମବାସୀ ଙ୍କ ଦ୍ଵାରା ଜଙ୍ଗଲ ବଢାଇବାରେ ଅଞ୍ଚଳ ବାସୀଙ୍କ ଉଦ୍ୟମ ପ୍ରଶଂସନୀୟ ଏହା ଅନ୍ୟ। ମାନଙ୍କ ପାଇଁ ଉଦାହରଣ ହୋଇ ରହିଛି।ଏହି ଗାଁ ରେ ଜଙ୍ଗଲ କମିଟି ଦ୍ୱାରା ଜଙ୍ଗଲ କୁ ପ୍ରତ୍ୟେକ ଦିନ ଗୋଟିଏ ପରିବାର ର ସଦସ୍ୟ ଗାଁ ଜଙ୍ଗଲ ଯଗିବାକୁ ଯାଇଥାନ୍ତି।ପ୍ରତ୍ୟେକ ବର୍ଷ ଏହି ଗ୍ରାମବାସୀ ମାନେ ଗଛ ଲଗେଇ ଥାଆନ୍ତି।ଆଜିର ଵୈଠକ ରେ  ଗ୍ରାମର କାର୍ତ୍ତିକ ଯାନୀ,ଜଗନ୍ନାଥ ନାୟକ,ବଳଭଦ୍ର ମୁଦୁଲି, ଅର୍ଜୁନ ମୁଦୁଲି, ଗୋପୀନାଥ ଯାନୀ, ମାଧବ ଗୌଡ଼ ,ବାବୁଲା ବିଷୋୟୀ,ସହ ମହିଳା ପୁରୁଷ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ବ୍ୟଠକ ରେ ସଫଳ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ସହରରେ ବୁଲିଲା ଦନ୍ତା ହାତୀ: ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Sunil Chandra Nayak

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

masiha

Leave a Comment

error: Content is protected !!