ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

ଗୋଳାମୁଣ୍ଡା/୨୬/୪/ନିର୍ଭୟ ନିରପେକ୍ଷ ମସିହା/ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ମାନଝରି ପଞ୍ଚାୟୟତ ଅଧୀନରେ ଥିବା ଗ୍ରୀଣ୍ଡୁଲ ଗ୍ରାମର ଗୋବର୍ଦ୍ଧନ ବନ୍ଦୀଛୋଡ ଙ୍କ ପରିବାର ବେସାହାରା ହୋଇ ନାହିଁ ନ ଥିବା ଅସୁବିଧାରେ ସଂମୁଖୀନ ହୋଇ ଥିବା  ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ହୋଇଥିଲା ।  ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ର ଅନୁସନ୍ଧାନରେ   ଜାଣିବାକୁ ମିଳିଥିଲା ଯେ ସଂପୃକ୍ତ  ପରିବାର  ବାହାରେ ଦାଦନ ଶ୍ରମିକ ଭାବେ ରହୁଥିଲେ ଏବଂ ଗାଁକୁ ଫେରି ଆସି କିଛି ମାସ ହେଲା ଅନ୍ୟ ଲୋକଙ୍କ ଜାଗାରେ ଚାଳ ନଡ଼ା ଛପର କରି ଦିନ ବିତାଉଛନ୍ତି, ଏଭଳି ସ୍ଥିତିରେ ତାଙ୍କର ନା ଅଛି ରାସନ କାର୍ଡ,ନା ଅଛି ଜବ କାର୍ଡ, ନା ଅଛି ଆବସ ଯୋଜନାର ଘର, ଏଭଳି ଦୁଃଖଦ ଚିତ୍ରର ରୂପ ନେଇ ଖବର କାଗଜ ରେ ପ୍ରକାଶ ପାଇଲା ପରେ   ଭୁବନେଶ୍ୱର ସ୍ଥିତ ମାଏରା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏବଂ ଗୋଳାମୁଣ୍ଡାର ଯୁବସମାଜ ସେବୀ ରାଜେଶକୁମାର ଅଗ୍ରୱାଲ ଉକ୍ତ ଗୋବର୍ଦ୍ଧନ ବନ୍ଦୀଛୋଡ ପରିବାରଙ୍କୁ କିଛି ରାସନ ଓ ବସ୍ତ୍ର ଯୋଗାଇ ଦେଇ ଥିବାରୁ ଜନକଲ୍ୟାଣ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ରାଉତ ଓ ସମାଜ ସେବୀ ତରଙ୍ଗଚଣ୍ଡୀ ଉଭୟେ ଗ୍ରୀଣ୍ଡୁଲ କୁ ଯାଇ ଗୋବର୍ଦ୍ଧନ ବନ୍ଦୀଛୋଡ ଓ ତାଙ୍କ ସହଧାର୍ମିନ ସପୁରୀ ବନ୍ଦୀଛୋଡ ଙ୍କୁ ଉକ୍ତ ସାମଗ୍ରୀ ଏବଂ ରାସନ ଜିନିଷ ପ୍ରଦାନ କରିଥିବାରୁ ଅଞ୍ଚଳ ବାସୀ ମାଏରା ଚେରିଟେବୁଲ ଟ୍ରଷ୍ଟ ଓ ସମାଜ ସେବୀ ରାଜେଶ କୁମାର ଅଗ୍ରୱାଲ ଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଛନ୍ତି।ପ୍ରକୁତ ରେ ଏହି ପରିବାର ପ୍ରତି ସରକାରୀ ଯୋଜନାରେ ସାମିଲ ହୋଇ ପାରିବେ କି, ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଚଇତି କ୍ରୀଡା ମହୋତ୍ସବରେ ମିନି ମାରାଥନ୍‌,ରାଜପଥରେ ଦୈାଡିଲା ରାୟଗଡା

Sunil Chandra Nayak

ପାରା ସମ୍ପ୍ରସାରଣ କର୍ମୀଙ୍କ ଦୁଇଦିନିଆ ସଚେତନତା ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!