ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ାରାଜନୀତି

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

ନର୍ଲା (ମନିସ) ଭୂପିନ୍ଦର ଆଜ୍ଞା କହିଲେ ସମସ୍ତେ ଜାଣନ୍ତି ।ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ଭୂପିନ୍ଦର ସିଂ ଆଜ୍ଞା ।କଂଗ୍ରେସ ଦଳରୁ ଡେଇଁ ବିଜେଡିକୁ ଆସିଛନ୍ତି ।ବିଜେଡିକୁ ଆସିଥିଲେ ମଧ୍ୟ ଲୋକ ମାନେ ତାଙ୍କୁ ଜିତାଇ ବିଧାୟକ କରିଥିଲେ ।କଳାହାଣ୍ଡି ଜିଲ୍ଲାରେ ଖେଳରେ ଆଜ୍ଞାଙ୍କର ବହୁତ ନାଁ ରହିଛି । ତେବେ ଆଜ୍ଞା ଗତ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବେଲଖଣ୍ଡି ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।ଏହି ସମୟରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ବ୍ୟାଟିଂ କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ ।ତେଣୁ ବିଧାୟକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତୁରନ୍ତ ତାଙ୍କୁ କେସିଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ତଳେ ପଡି ମୁଣ୍ଡରେ ଆଘାତ୍ ଲାଗି ମଧ୍ୟ ଆଜ୍ଞା ପୁରାପୁରି ଫିଟ୍ ।ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଏପରି ପଡିଯିବା ଘଟଣା ଆଗାମୀ ନିର୍ବାଚନ ଫଳାଫଳର ସଙ୍କେତ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

ବହଳଦା ବିଜେପି ସଂକଳ୍ପ ସମାବେଶରେ ବିଜେପି ପ୍ରଚାର ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା

masiha

ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!