ସାହିତ୍ୟ ଅଗଣାମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ by Sunil Chandra NayakJanuary 20, 20230127 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ଜଗନ୍ନାଥ ପ୍ରଭୁ ମୋ ପାଖରେ ଥିଲେ ଧନ ମୋର ଲୋଡା ନାହିଁ ଅଭାବ ସଂସାର ଚଳାଇ ନିଅନ୍ତି ପ୍ରଭୁ ଶାହା ସବୁ ପାଇଁ। ସୟନେ ସପନେ ତାଙ୍କ କଥା ଚିନ୍ତି ସୁଖରେ ବିତୁ ଜୀବନ ପ୍ରଭୁ ନାମ ଜପ ଛାଡ଼ି ଯାଉ ପାପ ତା ରୂପ ମୋହର ଧନ। ପ୍ରଭୁ ମୋର ଦିନ ପ୍ରଭୁ ମୋର ରାତି ପ୍ରଭୁ ମୋର ଆଦ୍ୟ ଶକ୍ତି ତାଙ୍କ ନାମ ଧରି ମୋ ଦୁଃଖ ବିପଦ ସବୁ ସେ କରନ୍ତି ମୁକ୍ତି। ପ୍ରଭୁ ମୋ ଜୀବନ ମୋ ମଥା ଚନ୍ଦନ ନିତି ମଥାରେ ଲଗାଇ ତା ଗୀତ ଭଜନ ସଂଗୀତ ଗାଉଛି ତା ଭାବ ମୁଖ ଅନାଇ। ସଂସାର ଭିତରେ ପଥର ହୃଦୟ ଗଛ ପରି ଧର୍ଯ୍ୟ ଦିଅ ସମାଜ ମଙ୍ଗଳ କରିବା ପାଇଁ କି ହୃଦ ଶକ୍ତି ଭରି କୁହ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା