ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡିଶାରେ ହେବ ବିଜେପି ସରକାର 

ଓଡିଶାରେ ହେବ ବିଜେପି ସରକାର 

ଢେ଼ଙ୍କାନାଳ/ଅନୁଗୁଳ (ମସୀହା)୨୦/୫_ମାନନୀୟ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଢେଙ୍କାନାଳ ଲୋକସଭା କ୍ଷେତ୍ରର ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି । ଏହି ସମାବେଶରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ବିଜେପି ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି, ସମସ୍ତ ବିଧାନ ସଭାର ପ୍ରାର୍ଥୀ , ପ୍ରାର୍ଥୀନୀ ଯଥାକ୍ରମେ ସିମାରାଣି ନାୟକ, ନିଲୁ ପ୍ରଧାନ,କୃଷ୍ଣଚନ୍ଦ୍ର ପାତ୍ର, ବିଭୂତି ପ୍ରଧାନ,ଏବଂ ଅନ୍ଯାନ୍ଯ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । 

ଓଡ଼ିଶା ପାଇଁ ୨୫ ବର୍ଷରେ ବିଜେଡି ସରକାର କିଛି କରି ନାହିଁ । ଓଡ଼ିଶାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି। ଓଡ଼ିଶାକୁ କିଏ ବରବାଦ କରିଲା? କିଏ ଯୁବକଯୁବତୀଙ୍କ ସ୍ବପ୍ନକୁ ନଷ୍ଟ କରିଛି? ଏଠିକାର ବିଜେଡି ସରକାରର ଶାସନରେ ଲୋକେ ଅତିଷ୍ଠ ହୋଇଗଲେଣି । କିଛି ଦୁର୍ନୀତିଗ୍ରସ୍ତ ଲୋକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଘେରି ରଖିଛନ୍ତି। ଦୁର୍ନୀତିଗ୍ରସ୍ତ ଲୋକଙ୍କ କବଜାରେ ବିଜେଡି ସରକାର। 

ଡିଏମ୍‌ଏଫ୍ ପାଣ୍ଠିରେ ଆମେ ୨୬ ହଜାର କୋଟିରୁ ଅଧିକ ଟଙ୍କା ଦେଇଛୁ। ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ। ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ ଆଉ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। କିନ୍ତୁ ଗଲା କିଛି ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି। ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିବା ସହ ଭୀମ ଭୋଇ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ନାଆଁ ନେଇଥିଲେ l

ବିଜେଡି ସରକାରକୁ ବିଦାୟ କରିବାର ସମୟ ଆସିଯାଇଛି। ଏବେ ବିଜେପି ସରକାରକୁ ଆଣିବାର ସମୟ ହୋଇଯାଇଛି। ଜନ୍ ୧୦ରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ହେବ। ଓଡ଼ିଶାର ପୁଅ କି ଝିଅ ମୁଖ୍ୟମନ୍ତ୍ରୀ ହେବେ । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶାରେ ହେବ ବିଜେପି ସରକାର ବୋଲି ଜନ ସମ୍ବୋଧଡ କହିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବରେଇପାଲି ରେ ବିଜେଡି ର ଭୋଟ ପ୍ରଚାର, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଙ୍କ ବିକାଶ ପାଇଁ ନବୀନ ସରକାର ଙ୍କ ଉନ୍ନୟନ ମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି 

masiha

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!