ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଫୁଲବାଣୀ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ତାର ପଚିଶ ତମ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ବାର୍ଷିକ ଉତ୍ସବ ଆଜି ବହୁ ଆଡମ୍ବରରେ ପାଳନ କରିଛି | ବିଜୁ ଜନତା ଦଳ ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ ହଜାର ହାଜର କର୍ମୀ ଭୋଟର ମାନଙ୍କର ଉପସ୍ଥିତ ରେ ବହୁ ଆଡମ୍ବରରେ ଏକ ସଭାଯାତ୍ରା ରେ ଆସି ସ୍ଥାନୀୟ କରନେସନ ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଫୁଲବାଣୀ ରେ ବିଜୁ ଜନତା ଦଳ ପକ୍ଷରୁ ପାଳନ ହେଉଥିବା ବିଜେଡ଼ି ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସରକାର ମାନ୍ୟବର ପଞ୍ଚାୟତ ରାଜ ,ଜଙ୍ଗଲ ଓ ପରିବେଶ ଓ ଆଇନ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନବୀନ ବାବୁ ଙ୍କର ମୁଖ୍ୟମନ୍ତ୍ରୀ ତ୍ବରେ ସରକାର ଗଡିବ। ସେଥି ନିମନ୍ତେ ଦଳକୁ ଅଧିକ ମାତ୍ରାରେ ସୁଦୃଢ଼ କରିବାକୁ ହେବ। ୨୬ ବର୍ଷରେ ଦଳ ପାଦ ଥାପିଛି । ଦଳ ନବୀନ ବାବୁ ଙ୍କର ଅଧ୍ୟକ୍ଷତାରେ ଓଡ଼ିଶାର ସାଡେ ୪କୋଟି ଲୋକଙ୍କ ର ବିଶ୍ୱାସ ଭାଜନ ହୋଇ ପାରିଛି ରାଜ୍ୟ ବାସୀ ଙ୍କର ସୁଖ ଦୁଃଖର ସାଥି ହୋଇ ଜନମଙ୍ଗଳ କାର୍ଯ୍ୟ କରିଚାଲିଛି। ବୋଲି କହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ୬ଷ୍ଠ ଥର ପାଇଁ ଓଡ଼ିଶାର ମଉଡ଼ମଣି ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ବିଜେଡି କୁ ବିପୁଳ ସଂଖ୍ୟା ରେ ଭୋଟ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ଓ ଜନସାଧାରଣ ଓ ଭୋଟର କୁ ମଞ୍ଚାସିନ ଅତିଥି ମାନେ ଆହ୍ୱାନ କରିଥିଲେ। ପ୍ରଥମେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ବିଧାୟକ ଚକ୍ରମଣୀ କହଁର ଙ୍କ ନେତ୍ତୃତ୍ୱ ରେ ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ସାଲୁଗା ପ୍ରଧାନ ଙ୍କ ନେତୃତ୍ବ ରେ ପାଳନ ହୋଇଥିଲା। ଆଜି ଫୁଲବାଣୀ ନିର୍ବାଚନ ମଣ୍ଡଳୀ ରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି ଦିବସର ମଞ୍ଚାସିନ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ସମେତ ଜିଲ୍ଲାପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଳିକ, ଏବଂ କନ୍ଧମାଳ ର କନ୍ୟା ଭୁବନେଶ୍ୱର ମହାନଗର ନିଗମ ର ଉପାଧ୍ୟାକ୍ଷା ମଞ୍ଜୁଲତା କହଁର , ଯୁବ ବିଜେଡି ର ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମଳିକ ଛାତ୍ର ବିଜେଡି ର ଜିଲ୍ଲା ସଭାପତି ସୁନୀଲ କୁମାର ସେଠି , ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସୁଶ୍ରୀ ପୁନମ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଆଦିବାସୀ ଉନ୍ନୟନ ପରିଷଦ ର ଅଧକ୍ଷ ରୋଦନା ମଳିକ, ଉପାଧ୍ୟକ୍ଷା ନଳିନୀ କହଁର, ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସମେତ ସମସ୍ତ ବ୍ଲକ ଚେୟାରମ୍ୟାନ , ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ଓ ବିଧାନ ପରିଷଦ ସଦସ୍ୟ ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ତ୍ରିପାଠୀ, ପୂର୍ବତନ ଫୁଲବାଣୀ ଯୁବ ବିଧାୟକ ଦେବେନ୍ଦ୍ର କହଁର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଅତିଥି ଭାବେ ଯୋଗଦେଇ ଥିଲେ।  ବିଜେଡି ର ୨୬ ତମ ପ୍ରତିଷ୍ଠା ପାଳନ ଅବସରରେ ସଭା ଶେଷରେ ମଞ୍ଚରେ ବିଭିର୍ନ୍ନ ପ୍ରକାର ମନୋରଞ୍ଜନ ଧର୍ମୀ କନ୍ଧମାଳ ସଂସ୍କୃତି ପରମ୍ପରା ନୃତ୍ୟ ପରିବେଷଣ କରାଯାଇଥିଲା, ଆଜିର ସମାବେଶ ରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ୪ ଗୋଟି ବ୍ଲକରୁ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଦଳୀୟ କର୍ମିଙ୍କ ଓ ଜନସାଧାରଣ ଯୋଗଦାନ କରିଥିଲେ |

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ, ଅଗଷ୍ଟ ୬ ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତ୍ତି 

Sunil Chandra Nayak

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

masiha

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

Leave a Comment

error: Content is protected !!