ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସ୍ତରୀୟ ବୈଠକ

ଡାବୁଗାଁ, ୨୨/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲାସ୍ତରୀୟ ବୈଠକ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଜିଲା ସଂଘ ସଭାପତି ସୁଜିତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ମହାସଚିବ ହାନେସ ପାତ୍ର ବାଘ ଯୋଗ ଦେଇ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରାଯିବ ଓ ସଂଘ କୁ କିପରି ସୁଦୃଢ କରାଯିବ ନେ ଉପରେ ଆଲୋଚନା କରିଥିଲେ | ଏଥିରେ ଜିଲର ୧୦ ଟି ବ୍ଲକରୁ ୩୯୫ ଜଣ ଗଣଶିକ୍ଷକ ମାନେ ଓଟିଇଟି ପରୀକ୍ଷା ପାସ କରି ସାରିଛନ୍ତି | ସେମାନେ ନିୟମିତ ହେବ ପାଇଁ ଯୋଗ୍ୟତା ହାସଲ କରିଛନ୍ତି | ସେମାନେ ଏକ୍ସ-କ୍ୟାଡର ଶିକ୍ଷକ ପଦବୀରେ ନିୟମିତ ହେବେ | ସରକାର ଶୀଘ୍ର ସେମାନଙ୍କୁ ନିୟମିତ କରିବେ ସେ ନେଇ ଆଲୋଚନା ହୋଇଥିଲା | ଏହା ସହ ଆହୁରି କିଛି ଗଣଶିକ୍ଷକ ରହି ଯାଇଛନ୍ତି ସେମାନଙ୍କୁ ସରକାର କିପରି ନିୟମିତ କରିବେ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଜିଲା ସଂଘ ଉପସଭାପତି ପ୍ରଦୀପ ପାଢୀ, ଉମେଶ ପାତ୍ର, ମୁରଲୀ ନାୟକ, ମଙ୍ଗଳା ବେହେରା, ଅମିତ ଖମାରି ଓ ବୈଦ୍ୟନାଥ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ସ୍ଵାଇଁ, କୋଷାଧ୍ୟକ୍ଷ ମହେଶ୍ଵର ସରାବୁ, ଡାବୁଗାଁ ବ୍ଲକ ସଂଘ ସଭାପତି ବଲ୍ଲଭ ନାରାୟଣ ପଣ୍ଡା, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, ବିଭିନ୍ନ ବ୍ଲକର ସଭାପତି ମାନେ ହେଲେ ହିମାଂଶୁ ଗୌଡ, ଫିରୋଜ ଖାନ, ସଭାପତି ଗଣ୍ଡ, କାମେଶ୍ଵର ହନ୍ତାଳ, ଅବଦୁଲ ଖାନ, ପ୍ରଦୀପ ଜାଲ, ବସନ୍ତ ନାୟକ, ପଙ୍କଜ କର୍କରା ଓ ଫଗୁ ବଞ୍ଜରା, ପଙ୍କଜ ପ୍ରଧାନୀ, ବିଶ୍ଵେଶ କୁମାର ତ୍ରିପାଠୀ, ନିରାକାର ପ୍ରଧାନ, ମନୋଜ ବିଶୋୟୀ, ବିଭୂଦତ୍ତ ବିଶୋୟୀ ଓ ଜିଲର ୧୦ଟି ବ୍ଲକ ରୁ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ଵ ଶିକ୍ଷୟତ୍ରୀ ଶିକ୍ଷକ ମାନେ ବୈଠକରେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାଲୁ ଆକ୍ରମଣରେ ବ୍ୟକ୍ତି ହେଲା ଗୁରୁତର 

Sunil Chandra Nayak

ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!