ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

ରାୟଗଡ ତା ୨୦/୦୫/୨୦୨୪ରିଖ ଦିନ ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ଭଣ୍ଡାର ରକ୍ଷକ, କବି, ସାହିତ୍ୟିକ, ସମ୍ପାଦକ ତଥା କବି ଭାରତୀ ସ୍ୱର୍ଗତ ବାସୁଦେବ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକ ସମ୍ପର୍କ ବିଭାଗ ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରୁ ୧୯୭୫ ମସିହାରୁ ରାୟଗଡ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଭଣ୍ଡାର ରକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ପାତ୍ର ଏକାଧାରରେ ଜଣେ କବି, ସାହିତ୍ୟିକ, ସମ୍ପାଦକ ହେବା ସହ ଅଭିନୟରେ ମଧ୍ୟ ରୁଚି ରଖିଥିଲେ । ଶ୍ରୀ ପାତ୍ର ଆମ ଜ୍ୟୋସ୍ନା ନାମକ ପତ୍ରିକା ପ୍ରକାଶନ କରି ବିଭିନ୍ନ ବର୍ଗର କବିଙ୍କୁ ନିଜର କରି ପାରିଥିଲେ । ବିଭିନ୍ନ ସଭା ସମିତିର ସଂଯୋଜକ ଭାବେ ଯୋଗଦେଇ କଳା ସାହିତ୍ୟ ସଂସ୍କୃତିକୁ ସୁଦୃଢ଼ କରିବା ନିମନ୍ତେ ଆହ୍ବାନ ଦେଉଥିଲେ । ଦକ୍ଷିଣ ଓଡ଼ିଶା ସାହିତ୍ୟ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ । କର୍ତ୍ତବ୍ୟ ସହ ସାହିତ୍ୟ ସୃଷ୍ଟିରେ ସେ କେବେବି ଅବସାଦ ହୋଇନଥିଲେ । ତେଣୁ ତାଙ୍କୁ କବି ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କ୍ଷିପ୍ର ଲେଖିକା କୁମୁଦିନି ମିଶାଲ, ଗ୍ରନ୍ଥାଗାରିକ ଡମ୍ବରୁ ଧର ପଣ୍ଡା, ସୁବାସ କେର୍କେଟା, ସଂସ୍କୃତି ବିଭାଗ ଗ୍ରନ୍ଥାଗାରିକ ମରିୟମ କିରୋ, କନିଷ୍ଠ କିରାଣୀ ମନୀଷା ଚୌଧୁରୀ , ସହକାରୀ ସଂଚାଳକ ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି ଗୁଣପୁର ସୂଚନା କେନ୍ଦ୍ର ପରିସରରେ ମଧ୍ୟ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନନ୍ତ ପାତ୍ର ଓ ପାଠକ ସମୂହ ଯୋଗ ଦେଇଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରାଜବାଟୀରେ ଚାଲିଛି ଦଣ୍ଡକାଳୀ ଚଳଚ୍ଚିତ୍ର ର ସୁଟିଂ 

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

Sunil Chandra Nayak

Leave a Comment

error: Content is protected !!