ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭୋପାଳ ଯାତ୍ରା କରିଥିବା ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା

  ଫୁଲବାଣୀ ପିଏ ଆଇଟିଡିଏ କାର୍ଯ୍ୟାଳୟ ଠାରେ ତା ୨୫/୧୨/୨୦୨୨ ରିଖ ରବିବାର ଦିନ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯକ୍ରମ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଟ୍ରେଜେରି କାର୍ଯ୍ୟାଳୟ ଅଧିକାରୀ ସୁଧାଂଶୁ ଶେଖର ଯାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବେ ଚଳଚ୍ଚିତ୍ର ଅଭିନେତା ଜଳନ୍ଧର ବେହେରା , ଆଇନଯିବୀ ମୋନଜ କୁମାର ପଟ୍ଟନାୟକ, ବସନ୍ତ କୁମାର ପ୍ରଧାନ ଏବଂ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାର ,ସହକର୍ମୀ ସତ୍ୟବାନ୍ ଦଳବେହେରା ,ଯୋଗ ଦେଇଥିବା ବେଳେ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ କୁନ୍ଦନ କୁମାର ନାୟକ, ଜଗନ୍ନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ ତୁମୁଡିବନ୍ଧ ବ୍ଲକ ର ଦେଓଗଡ଼ ଓ ତଲଂପଦର୍ ଗ୍ରାମର ୨୦ ଜଣ ଯୁବକ ଓ ଯୁବତୀ ଭୋପାଳ ଅଭିମୁଖେ ଯାତ୍ରା କରି ଆସିଥିବା ଏବଂ ସିବିରାର୍ଥୀ ହାସଲ କରିଥିବା ଅନୁଭୂତି ପରିପ୍ରକାଶ କରିଥିଲେ।ଏସକୋର୍ଟ ଭାବେ ସି ଆର ପି ଏଫ ବାଲିଗୁଡା ର ସନ୍ତୋଷ କୁମାର ଓଝା ,ସଂଜୁଲତା ପଣ୍ଡା ଯାତ୍ରା କରିଥିଲେ । କନ୍ଧମାଳ ଜିଲ୍ଲା ଏହି କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେତୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ର ସୁଅ ଛୁଟୁଥିବା ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ପକ୍ଷରୁ ସୂଚନା ମିଳିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Sunil Chandra Nayak

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

masiha

Leave a Comment

error: Content is protected !!