ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ମେଗା ହାଇଡ୍ରୋସିଲ୍‌ (Hydrocele) ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ .

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ମେଗା ହାଇଡ୍ରୋସିଲ୍‌ (Hydrocele) ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ .

ତାରିଖ -୨୩.୦୯.୨୦୨୬ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଫାଇଲେରିଆ (ବାତଜ୍ୱର/ଗୋଦର) ରୋଗର ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ମାଗଣା ମେଗା ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି,ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । 

ଏହି ଶିବିରରେ ତିରିଂ ବହଳଦା, ରାଇରଙ୍ଗପୁର ଓ କୁସୁମୀ (ବାଦାମପାହାଡ)ବ୍ଲକର ୨୦ ଜଣ ହାଇଡ୍ରୋସିଲ୍‌ ରୋଗୀଙ୍କର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ ଏବଂ ରାଇରଙ୍ଗପୁର ହସ୍ପିଟାଲ୍ ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ମାରାଣ୍ଡି ଯୋଗ ଦେଇଥିଲେ ।

ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସତ୍ୟପ୍ରକାଶ ଧଳ ଡ଼ା. ଡ଼ି. ଏନ.ପରିଡା ଏବଂ ଆନାସ୍ଥେସିଆ ବିଶେଷଜ୍ଞ: ଡା. ସତ୍ୟଜିତ ସିଂ ଓ ମେଡିକାଲ ଅଫିସର ଡ଼ା. ଦେବେନ୍ଦ୍ର ନାଥ ଟୁଡୁ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ରା ସୋସାଇଟି ପ୍ରକଳ୍ପ ର *ଏମ.ଇ.ଏଫ. ସି.MEFC* /ପ୍ରହଲ୍ଲାଦ ମଙ୍ଗରାଜ,ହସ୍ପିଟାଲ୍ ପରିଚାଳକ ଆଲୋକ କୁମାର ଗୋଚ୍ଛାୟତ, ନର୍ସିଙ୍ଗ ଅଫିସର ସବିତା ଶତପଥୀ, ଫାର୍ମାସିଷ୍ଟ ପ୍ରିୟମ ସିଂ ଏବଂ ଲେପ୍ରl ସୋସାଇଟିର ଆମ୍ବୁବତୀ ଦଳେଇ, ସୁକୁମତୀ ହେମ୍ବ୍ରମ, ଉପେନ୍ଦ୍ର ସର୍ଦାର, ଜଗତବନ୍ଧୁ ସେଠି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

masiha

Leave a Comment

error: Content is protected !!