ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡା ରେ ଜଣେ ମହିଳା ଙ୍କ ମୃତ୍ୟୁ 

ବିଷାକ୍ତ ସାପ କାମୁଡା ରେ ଜଣେ ମହିଳା ଙ୍କ ମୃତ୍ୟୁ 

ଥୁଆମୂଳ ରାମପୁର :୧୩/୦୯- (ମନିସ):- ବିଷାକ୍ତ ସାପ କାମୂଡାରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ପଞ୍ଚାୟତ ଅଧିନସ୍ଥ କୁମାରଗୁଡା ଗ୍ରାମର ବାଲା ମାଝୀ ଙ୍କ ଧର୍ମ ପତ୍ନୀ ଲାକାଦେଇ ମାଝୀ (୫୦) ରାତ୍ରର ପ୍ରାୟ ୧୨ ଟା ସମୟରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା ଜାଣିପାରି ଲାକାଦେଇ ମାଝୀ ଚିତ୍କାର କରିଥିଲେ, ଚିତ୍କାର ଶୁଣି ପରିବାର ଲୋକେ ଲାକା ଙ୍କୁ ତତକ୍ଷଣାତ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ପରେ ଆମ୍ବୁଲାନ୍ସ ଗାଡି ଯୋଗେ ଥୁଆମୂଳ ରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଏହି ଘଟଣା କୁ ନେଇ ମୃତା ମହିଳାଙ୍କ ପୁଅ ମହେନ୍ଦ୍ର ମାଝୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ କୈବଲ୍ୟ ସେଠ ଓ ଗୁଣୁପୁର ଫାଣ୍ଡି ଅଧିକାରୀ ଶ୍ରୀ ଅଜୟ ନାୟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥୁଆମୂଳ ରାମପୁର କୁ ଯାଇ ତଦନ୍ତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ସିବିଏସସି କଳାହାଣ୍ଡି ଟପ୍ପର ଅନିକେତ ଙ୍କୁ ସମ୍ବର୍ଦ୍ଧନା

masiha

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

masiha

ରୋଟ୍ରାକ୍ଟ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!