ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଡାବୁଗାଁ, ୨/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଓ ଜୁନାପାଣି ପଞ୍ଚାୟତରେ ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଉଛି | ଅହି ଅବସରରେ ବୋରିଗାଁ ଏଵଂ ଜୁନାପାଣି ପଞ୍ଚାୟତରେ ଅନୁଷ୍ଠିତ ସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିତାଧିକାରୀ ମାନନକୁ ପଟ୍ଟା ବଣ୍ଟନ କରିଥିଲେ | ଏଥିରେ ବୋରିଗାଁ- ୫୧ ଓ ଜୁନାପାଣି-୨୦ ପଞ୍ଚାୟତରୁ ମୋଟ ୭୧ ଜଣ ହିତାଧିକାରୀ ମାନଙ୍କୁ ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଛି | ଏହି ପଟ୍ଟା ବଣ୍ଟନ ସମୟରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦନାଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଡାବୁଗାଁ ତହସିଲଦାର ହରିଓମ ଭୋଇ, ବିଡିଓ ଶରତ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଜେଡି ବରିଷ୍ଠ ନେତା ଏମ୍. ଆପ୍ପା ରାଓ, ବୋରିଗାଁ ସରପଞ୍ଚ ଶୁକୃ ଭତ୍ରା, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଘୋଡାଖୁଣ୍ଟା ରାଜସ୍ୱ ନିରିକ୍ଷକ ଗଙ୍ଗାଧର ମହାଙ୍କୁଡ, ଜୁନାପାଣି ରାଜସ୍ୱ ନିରିକ୍ଷକ କେ. ମଦାଲସା, ତହସିଲ କର୍ମଚାରୀ ଏଵଂ ହିତାହିକରି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁହାର ପରିବାର ୟୁକେ ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

Sunil Chandra Nayak

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଲା ସ୍ବର ,ଧର୍ମଗଡ ନୂତନ ଜିଲ୍ଲା ହେବ ! 

Sunil Chandra Nayak

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ

masiha

Leave a Comment

error: Content is protected !!