ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଦାଅଲଡ଼ା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଜନ ଶୁଣାନୀ ଅଭିଯୋଗ ଶିବିର 

ପେଦାଅଲଡ଼ା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଜନ ଶୁଣାନୀ ଅଭିଯୋଗ ଶିବିର 

ବନ୍ଧୁଗାଁ ତା, ୪/୫/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ପେଦାଅଲଡ଼ା ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଜନ ସଚେତନତା ଅଭିଯୋଗ ଶୁଣାନୀ ଶିବିର ବ୍ଲକର ନୂତନ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି ଙ୍କ ଉପସ୍ଥିତରେ ହୋଇଥିଲା I ଆଜିର ଶୁଣାନୀ ଶିବିରରେ ୩ ଗୋଟି ଗୋଟି ଅଭିଯୋଗ ହୋଇଥିଲା I ଏଥିରେ ଥିଲା (୧)ପେଦାଅଲଡ଼ା ପଞ୍ଚାୟତ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମୋରାମତି ଓ ଛାତ ପଟୁ ପାଣି ଗଲୁଥିବା ହେତୁ ଛାତ ଗ୍ରିଡିଙ୍ଗ କରିବା ସହ ପାଚେରୀ କୋରାଯିବା ପାଇଁ ଓ ବସୁଧା ଜଳ ସେଚନର ପାଣି ଟେଙ୍କ ର ମୋରାମତି ସହ ପାଚେରୀ ମୋରାମତି କୋରାଯିବା ପାଇଁ, (୨).ଝାଙ୍କର କାର୍ଲି ଗ୍ରାମର ଅଙ୍ଗନ ବାଡ଼ି କର୍ମୀ ମନମୁଖୀ ଅନୁଯାଇ କେନ୍ଦ୍ରକୁ ନ ଯିବା ବିଷୟକୁ ନେଇ ବିଡିଓ ବୁଝିଥିଲେ କି କଣ ପ ଯାଉନାହାନ୍ତି ଅଙ୍ଗନ ବାଡ଼ି କେନ୍ଦ୍ରକୁ ବଲି ପୋଚରା ଯିବାରୁ ଆଲମଣ୍ଡା ଠାରେ ଆମ ଅଞ୍ଚଳର ସମସ୍ତ କେନ୍ଦ୍ରର ଅଙ୍ଗନ ବାଡ଼ି କର୍ମୀଙ୍କୁ ନେଇ ବୈଠକ ହୋଇଥିବାରୁ ମୁଁ ସେଠାରେ ଉପସ୍ଥିତ ଯୋଗୁଁ ମୁଁ ମ ଅଙ୍ଗନ ବାଡ଼ି କେନ୍ଦ୍ରରେ ଅନୁପସ୍ଥିତ ରହିଥିଲି ବଲି ବିଡ଼ିଓ ଶ୍ରୀ ମହାନ୍ତି ଙ୍କୁ ଉତ୍ତର ଦେଇଥିଲେ I (୩). କ୍ୱିନ୍ତଲ ଭଦ୍ରା ଗ୍ରାମର ଅଙ୍ଗନ ବାଡ଼ି କେନ୍ଦ୍ର ର ମୋରାମତି, ପାଣିର ସୁବିଧା ଯୋଗେଇ ଦେବା ପ ଓ କେନ୍ଦ୍ର ପାଇଁ ସ୍ୱଛାଳୟ ପାଇଁ ୩ଟି ଗ୍ରାମର ୪ ଗୋଟି ଅଭିଯୋଗ ଶୁଣାନୀ ହୋଇଥିଲା I ଆଜିର ଶୁଣାନୀ ଶିବିରରେ ଅଙ୍ଗନ ବାଡ଼ି ବିଭାଗର ଅଧିକାରୀ ଗୀତାନଞ୍ଜଲି ମହାରଣା, ମଙ୍ଗଳ ସମ୍ଫର୍ସାରଣ ବିଭାଗର ଅଧିକାରୀ ଶ୍ରୀ ଚନ୍ଦନ କୁମାର ସ୍ୱାଇଁ, ବ୍ଲକ ଏ ଇ ଶ୍ରୀ ସୌରବ ନାୟକ, ପଞ୍ଚାୟତ ସରପଞ୍ଚ ଶେଖର କଣ୍ଡାଗୋରୀ, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ବଣ ବିଭାଗ, ଶିକ୍ଷା ବିଭାଗ, ବିଜୁଳି ବିଭାଗ, ଓ ଅନ୍ୟନ୍ୟ ସମସ୍ତ ଲାଇନ ଡ଼ିପାର୍ଟ ମେଣ୍ଟ ର କର୍ମଚାରିଗଣ ଉପସ୍ଥିତ ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହିଥିଲେ I ଆଜିର ଜନ ଶୁଣାନୀ ଅଭିଯୋଗ ଶିବିରରେ ପଞ୍ଚାୟତ ର ପିଓ ଶ୍ରୀ ବାଡ଼ି ମହେଶ୍ଵର ପରିଚାଳନା କରିଥିବା ବେଳେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବିନୋଦ କାଲପା ସହଯୋଗ କରିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

Sunil Chandra Nayak

Soorya Krishnamoorthy to be coveted with 15th Bharat Muni Samman.

masiha

Leave a Comment

error: Content is protected !!