ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ ରୁ ୧୦…..

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ ରୁ ୧୦…..

ରାଉରକେଲା: ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ଦ୍ଵାରା ଆସନ୍ତା ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ “ଚିନ୍ତା- ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ” , ଆୟୋଜିତ ହେବ ବୋଲି ପ୍ରୟାସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶିଷ୍ଟ ନାଟ୍ୟକାର ଚିନ୍ତାମଣି ଜେନା ଓ ପ୍ରତିମା ଜେନା ସ୍ମୃତିରେ ଏହି ନାଟ୍ୟ ମହୋତ୍ସବର ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଏହି ପାଞ୍ଚ ଦିନରେ ସୂର୍ଯୋଦୟ ପୂର୍ବେ, ଶୁଣ ସୁଜନେ, ଶହୀଦ ରାଣୀ ଜିନତ ବେଗମ, ଶାସ୍ତି (ବଙ୍ଗଳା) ଓ ଶତାବ୍ଦୀର ଆର୍ତ୍ତନାଦ ଆଦି ନାଟକ ବିଭିନ୍ନ ନାଟ୍ୟାନୁଷ୍ଠାନ ଦ୍ଵାରା ମଞ୍ଚସ୍ଥ ହେବ | ଶୁଣ ସୁଜନେ ଓ ଶାସ୍ତି (ବଙ୍ଗଳା) ନାଟକ ବ୍ୟତୀତ ଅନ୍ୟ ତିନୋଟି ନାଟକର ରଚୟିତା ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନା ହୋଇଥିବା ବେଳେ ଏହି ନାଟକ ଦ୍ଵୟର ରଚନାକାର ଯଥାକ୍ରମେ ବିଶ୍ଵଜିତ ଦାସ ଓ ବୀରୁ ମୁଖୋପାଧ୍ୟାୟ ଅଛନ୍ତି। ଏହା ସହ

“ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟ୍ୟସମ୍ଭାର , ଭାଗ -୨ ” ଶୀର୍ଷକ ଗ୍ରନ୍ଥ ପ୍ରଥମ ଦିନ ୬ ତାରିଖରେ ଲୋକାର୍ପିତ ହେବ | ଏହାର ସଂକଳନ ଓ ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ନିବେଦିତା ଜେନା ଓ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ ଏବଂ ପ୍ରକାଶନ ଦାୟିତ୍ଵ ନେଇଛନ୍ତି ‘କ୍ରିଏଟିଭ ଇଙ୍କ ଲିଟେରାରି ପ୍ରେସ’, ରାଉରକେଲା । ଏହି ସଙ୍କଳନରେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କର ସାମାଜିକ ଓ ପରୀକ୍ଷାମୂଳକ ନାଟକଗୁଡିକ ପ୍ରକାଶ ପାଇଛି । ଏହି ପାଞ୍ଚ ଦିନରେ ନାଟକ କ୍ଷେତ୍ରରେ ଅଗ୍ରଣୀ ବ୍ୟକ୍ତିମାନଙ୍କୁ “ଚିନ୍ତା-ପ୍ରତିମା ସ୍ମୃତି ନାଟ୍ୟସମ୍ମାନ” ପ୍ରଦାନ କରାଯିବ | ନାଟକ ଓ ଯାତ୍ରା ନିର୍ଦ୍ଦେଶକ ଭାବେ ଖ୍ୟାତ ମନୋଜ ପଟ୍ଟନାୟକ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ନାଟ୍ୟକାର ମିହିର କୁମାର ମେହେର ଏହି ସମ୍ମାନରେ ସମ୍ବର୍ଦ୍ଧିତ ହେବେ । ଶରତ ଦାଶ, ପୁଷ୍ପା ମିଶ୍ର ଓ ସୁଜ୍ଞାନୀ ରାୟଙ୍କୁ “ଚିନ୍ତା-ପ୍ରତିମା ନାଟ୍ୟବନ୍ଧୁ ସମ୍ମାନ”ରେ ସମ୍ମାନିତ କରାଯିବ ।ଉଦଯାପନୀ ଦିବସରେ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ପ୍ରୟାସ, ରାଉରକେଲାର ମିଳିତ ଆନୁକୂଲ୍ୟରେ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ” ଶୀର୍ଷକରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଉଛି | ଏହା ସକାଳ ୧୦ଟା ସମୟରେ ପ୍ରୟାସ ନାଟଘର, ଏ/୧୧୨, ସେକ୍ଟର -୧୫, ରାଉରକେଲା ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶିକ୍ଷାବିତ ଓ ବିଶିଷ୍ଟ ନାଟ୍ୟକାର, ସମ୍ମାନିତ ଅତିଥି ଭାବେ ମିହିର କୁମାର ମେହେର, ବିଶିଷ୍ଟ ନାଟ୍ୟକାର, ମୁଖ୍ୟବକ୍ତା ଭାବେ ପ୍ରଫେସର ସମର ମୁଦାଲି, ଶିକ୍ଷାବିତ, ବିଶିଷ୍ଟ ନାଟ୍ୟକାର, ସମ୍ମାନିତ ବକ୍ତା ଭାବେ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ, ଓଡିଆ ବିଭାଗ ମୁଖ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗ ଦେବେ ବୋଲି ସଦୟ ସ୍ଵୀକୃତି ପ୍ରଦାନ କରିଛନ୍ତି ସୂଚନା ଦିଆଯାଇଛି। ସେହିପରି ଆଲୋଚନା ଚକ୍ରର ସମାପନ ପରେ ପ୍ରୟାସ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଛି , ଯାହାର ବିଷୟବସ୍ତୁ ଆଲୋଚନା ଚକ୍ରର ଶୀର୍ଷକ ସହ ସମାନ | ଅତି କମରେ ଦଶ ଜଣ ପ୍ରତିଯୋଗୀ ହେଲେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପ୍ରୟାସର ସଭାପତି ସୂଚନା ପ୍ରଦାନ କରିଛନ୍ତି । ୧୮ ବର୍ଷ ଓ ତତୋଧିକ ବୟସ୍କ ପ୍ରତିଭାଗୀ (ସାଙ୍ଗରେ ବୟସ ପ୍ରମାଣ ପତ୍ର ଆଣିବାକୁ ଅନୁରୋଧ ) ଏଥିରେ ଭାଗ ନେଇ ପାରିବେ | ଶ୍ରେଷ୍ଠ ତିନି ଜଣଙ୍କୁ ଉପଢୌକନ, ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟ୍ୟସମ୍ଭାର ଗ୍ରନ୍ଥ ଓ ପ୍ରମାଣ ପତ୍ର ସହ ସମ୍ମାନିତ କରାଯିବ | ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରୟାସ ଅନୁଷ୍ଠାନର ସଭାପତି ଡକ୍ଟର ନିବେଦିତା ଜେନା, ଉପସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଓ ସଦସ୍ୟ ସନ୍ତୋଷିନି ବାରିକ, ସୁଶାନ୍ତ ଦଳାଇ, ଶୁଭେନ୍ଦୁ ସାମଲ, ରାମଚନ୍ଦ୍ର ଗୌଡ଼, ରାଜେଶ ରାୟ, ବିଶ୍ବଜିତ ମହାପାତ୍ର, ପଦ୍ମ ଲୋଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ପରଲୋକ

masiha

କୋମନା ପୋଲିସ ପକ୍ଷରୁ ୧୦ ଦାଦନ ଶ୍ରମିକ ୩ ନାବାଳକଙ୍କୁ ଉଦ୍ଧାର , ଗୋଟିଏ ବୁଲେରୋ ଗାଡି ଜବତ, ଜଣେ ଗାଡି ଚାଳକ ଗିରଫ 

Sunil Chandra Nayak

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର

masiha

Leave a Comment

error: Content is protected !!