ନିହଲପ୍ରସାଦ ଥାନା ଅଧୀନ ବେଲମାଳିଆ ଗ୍ରାମ ନିକଟରେ ସୋଲାର/ବିଦ୍ୟୁତ୍ ତାର (Fencing) ସଂସ୍ପର୍ଶରେ ଆସି ଏକ ନିରୀହ ମା’ ହାତୀର ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା!
ରିପୋଟର -ଗଁଦିଆ -ତାପସଦାସ
ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଧୀନ ବେଲମାଳିଆ ଗ୍ରାମ ନିକଟରେ ସୋଲାର/ବିଦ୍ୟୁତ୍ ତାର (Fencing) ସଂସ୍ପର୍ଶରେ ଆସି ଏକ ନିରୀହ ମା’ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ପ୍ରଶାସନ ଓ ବନ ବିଭାଗର ଏଭଳି ଚରମ ଅବହେଳା ଆଉ ସହ୍ୟ କରାଯିବ ନାହିଁ।
ଆମର ସ୍ପଷ୍ଟ ଦାବି:
୧. ହାତୀ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତି ଓ ବେଆଇନ ତାର ବିଛାଇଥିବା ଲୋକଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
୨. ଅଞ୍ଚଳରେ ଥିବା ସମସ୍ତ ବେଆଇନ ସୋଲାର ଓ ବିଦ୍ୟୁତ୍ ଫେନ୍ସିଂକୁ ତୁରନ୍ତ ଉଚ୍ଛେଦ କରାଯାଉ।
୩. ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିଶ୍ଚିତ କରାଯାଉ, କାରଣ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା ଆମର ଦାବି ।
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ
ରିପୋଟର ମସିହା -ତାପସଦାସ
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ, ପକ୍ଷରୁ ଜାତୀୟ ମହାକାଶ ଦିବସ ଉତ୍ସାହ ଓ ଆଗ୍ରହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ମଡେଲ୍ ରକେଟ୍ରି କର୍ମଶାଳା ଏବଂ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନ ଆୟୋଜିତ ହୋଇଥିଲା। ମଡେଲ୍ ରକେଟ୍ରି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ରକେଟ୍ ପ୍ରଯୁକ୍ତି, ମହାକାଶ ବିଜ୍ଞାନ ଓ ବୈଜ୍ଞାନିକ ପରୀକ୍ଷଣ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ।
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ମଡେଲ୍ ରକେଟ୍ରି କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ସେ ଏକ ବିଷୟଭିତ୍ତିକ ପ୍ରସ୍ତୁତି ମାଧ୍ୟମରେ ରକେଟ୍ରି, ମହାକାଶ ବିଜ୍ଞାନ ଓ ଏହାର ବ୍ୟବହାରିକ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ରକେଟ୍ ବିଜ୍ଞାନ ଓ ରକେଟ୍ ପ୍ରଯୁକ୍ତି ସମ୍ପର୍କିତ ଏକ ଆନ୍ତଃକ୍ରିୟାତ୍ମକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଥିଲା।
ଏହାପରେ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ଧାରଣା ଓ ମହାକାଶ ସମ୍ପର୍କିତ ବିଷୟକୁ ଆକର୍ଷଣୀୟ ଦୃଶ୍ୟମାଧ୍ୟମ ଜରିଆରେ ଅନୁଭବ କରିଥିଲେ।
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଏଡୁକେସନ୍ ଆସିଷ୍ଟାଣ୍ଟ ଶଙ୍କର ଗୁରୁଙ୍ଗ କାର୍ଯ୍ୟକ୍ରମର ସମନ୍ୱୟ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସହ ଜାତୀୟ ମହାକାଶ ଦିବସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା.l
ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ATM ଶାଖା ରୋଡ ସାଇଡ ରୁ ଏକ ଫିଲ୍ପକlର୍ଟ ATM କାର୍ଡ ପଲ ହସ୍ତଗତ
ନାମ Raju sethi ଯଦି ଆମ ଚାନେଲ ମାଧ୍ୟମରେ ଦେଖିପାରୁଛନ୍ତି ଯୋଗlଯୋଗ କରି ଆପଣଙ୍କ କାର୍ଡ କୁ ନେଇ ପାରିବେ ଏହି ନମ୍ବର ୱାଟ୍ସପ ଓ କଲ କରି ଶୀଘ୍ର ଯୋଗାଯୋଗ କରନ୍ତୁ 6372788705 Creatorsଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ATM ଶାଖା ରୋଡ ସାଇଡ ରୁ ଏକ ଫିଲ୍ପକlର୍ଟ ATM କାର୍ଡ ପାଇଲି କିନ୍ତୁ ନାମ Raju sethi ଯଦି ଆମ ଚାନେଲ ମାଧ୍ୟମରେ ଦେଖିପାରୁଛନ୍ତି ଯୋଗlଯୋଗ କରି ଆପଣଙ୍କ କାର୍ଡ କୁ ନେଇ ପାରିବେ ଏହି ନମ୍ବର ୱାଟ୍ସପ ଓ କଲ କରି ଶୀଘ୍ର ଯୋଗାଯୋଗ କରନ୍ତୁ 6372788705

