ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ ସଫଳତା ର ସହ ଉତୀର୍ଣ୍ଣ ହେଲେ ଦେଢ଼ଫୁଟ ର ଛାତ୍ରୀ ସୁନିତା

ମାଟ୍ରିକ ପରୀକ୍ଷାରେ ସଫଳତା ର ସହ ଉତୀର୍ଣ୍ଣ ହେଲେ ଦେଢ଼ଫୁଟ ର ଛାତ୍ରୀ ସୁନିତା 

ରାଜ୍ୟ ର ସବୁଠାରୁ କମ ଉଚ୍ଚତା ଛାତ୍ରୀ ଭାବେ ଦେଇଥିଲେ ମାଟ୍ରିକ ପରୀକ୍ଷା 

କାମାକ୍ଷାନଗର – ଚଳିତବର୍ଷ ମାଟ୍ରିକ ପରୀକ୍ଷା ଚାଲିଥିଲା ବେଳେ ଚର୍ଚ୍ଚା ର ପରିସର କୁ ଆସିଥିଲେ କାମାକ୍ଷାନଗର ବ୍ଲକ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁନିତା ନାୟକ l ରାଜ୍ୟ ର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ଛାତ୍ରୀ ଭାବେ ମାତ୍ର ଦେଢ଼ଫୁଟ ଉଚ୍ଚତା ର ରହିଥିବା ସୁନିତା ମାଟ୍ରିକ ପରୀକ୍ଷା ବେଳେ ନିଜ ଉଚ୍ଚତା କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲେ l କାମାକ୍ଷାନଗର ବ୍ଲକ ସାରୁଆଳି ପଞ୍ଚାୟତ ର କଟା ଗ୍ରାମ ର ସୁନିତା ଚଳିତ ବର୍ଷ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷା ଦେଉଥିବା ବେଳେ ଚର୍ଚ୍ଚା ର ପରିସର କୁ ଆସିଥିଲେ l ଠିକ ରେ କଥାକହିପାରୁନଥିବା ଓ ଶୁଣିପାରୁନଥିବା ସୁନିତା ଜଣେ ସମ୍ପର୍କୀୟ ଭାଇ ଙ୍କ ସହାୟତା ରେ ମାଟ୍ରିକ ପରୀକ୍ଷା ଦେଇଥିଲେ l ତାଙ୍କ ମା ଓ ଭାଇ ଙ୍କ ସହ ସେ ପରୀକ୍ଷାକେନ୍ଦ୍ର କୁ ଆସୁଥିବା ବେଳେ ପରିବାର ର ସମର୍ଥନ ଓ ନିଜ ଦୃଢ ଇଛାଶକ୍ତି ବଳ ରେ ସୁନିତା ମାଟ୍ରିକ ରେ ୩୦୯ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି l ଯାହାକୁ ନେଇ ସୁନିତା ଙ୍କ ମା ଓ ପରୀକ୍ଷାରେ ସହାୟତା କରିଥିବା ଭାଇ ବେଶ ଖୁସିଥିବାବେଳେ ଆଗାମୀ ସମୟରେ ସରକାରୀ ସହାୟତା ଯୋଗାଇଦେଲେ ସୁନିତା ଉଚ୍ଚଶିକ୍ଷା ପଢିପାରିବେ ବୋଲି ପରିବାର ଲୋକ କହିଛନ୍ତି l ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସୁନିତା ଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବା ସହ ପରୀକ୍ଷାର୍ଥୀ ଙ୍କ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ ଯୋଗାଇବା ନେଇ ସାଧାରଣ ରେ ଆଲୋଚନା ହୋଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

masiha

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ 

masiha

Leave a Comment

error: Content is protected !!