ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ 

ରାଉରକେଲା : ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସ ଉପଲକ୍ଷେ ଟିମ୍ବର୍ କଲୋନୀ ସ୍ଥିତ ଶାନ୍ତି ଭବନ ପ୍ରାଙ୍ଗଣରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋରମା ପାଣ୍ଡେ ଏବଂ ଶାନ୍ତି ଭବନର ଅଧ୍ୟକ୍ଷା ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମଟି ହ୍ୟୁମାନିଟି ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ପରିଚାଳନାରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହ ଶୁଭଶ୍ରୀ ସ୍ୱାଇଁ, ଶୁଭଲକ୍ଷ୍ମୀ ପାତ୍ର, ଗ୍ରେସି ଡେଭିଡ, ଅନୁପମା ଆଚାର୍ଯ୍ୟ, ରଶ୍ମିତା ମଲ୍ଲିକ, ଗରିମା ପତ୍ରୀ, ଅମ୍ରିତ କୌର, ଶର୍ମିଲା ଦୀପ, ପ୍ରିୟଙ୍କା ପାଣି, ବେବି ବଳ, ରୁନୁ ରାଉତ, ମମତା ସେଠୀ, ସ୍ନିଗ୍ଧା ପୁହାଣ, , ଶାନ୍ତିଲତା ବେହେରା, ମହେଶ ପାଣିଗ୍ରାହୀ, ଭଗବତୀ ନାରେଦି, କନକଲତା ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ। ଏହି ଅବସରରେ ଶାନ୍ତି ଭବନରେ ରହୁଥିବା ସମସ୍ତ ମାଆ ମାନଙ୍କୁ ଉପହାର ସ୍ୱରୂପ ଟିଫିନ୍ ବକ୍ସ ପ୍ରଦାନ କରାଯାଇଥିଲା ଓ ଏକ ମଦର ଟେରେସା ଙ୍କ ଷ୍ଟାଣ୍ଡି ପ୍ରଦାନ କରାଯିବାସହ ସନ୍ଧ୍ୟା ଭୋଜନର ବ୍ୟବସ୍ଥା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୯୬ ଟି ଅଭିଯୋଗର ହେଲା ଶୁଣାଣୀ.

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

masiha

ବିଭିନ୍ନ ପ୍ରସଙ୍ଗ ନେଇ ରେଳ ମନ୍ତ୍ରୀଙ୍କୁ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତଙ୍କ ଚିଠି

Sunil Chandra Nayak

Leave a Comment

error: Content is protected !!