ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଧର୍ମଗଡ ସ୍ଥିତ ସର୍ବ ପୂରାତନ ଶ୍ରୀ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଜି ଶେଷ ହୋଇଯାଇଛି। ଗତ ସୋମବାର ମାର୍ଚ୍ଚ ୬ ତାରିଖ ଠାରୁ ୧୦ ତାରିଖ ଯାଏଁ ଆୟୋଜିତ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ଯ ଅନୁଷ୍ଠିତ ହୋଇଥିଲା ଓ ଭକ୍ତ ମାନଙ୍କ ପାଇଁ ଦିବା ରାତ୍ର ଅନ୍ନ ପ୍ରସାଦ ଭୋଗ ର ବ୍ୟବସ୍ଥା କରଯାଇଥିଲା। ସୂର୍ଯ୍ୟ ଦେବ ଙ୍କ ମନ୍ଦିର ପୂଜାର କର୍ତ୍ତା ଭାବେ ସୁଭାଷିନୀ ମୁଣ୍ଡ ଓ ତ୍ରିଲୋଚନ ମୁଣ୍ଡ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସୁପ୍ରିୟା ଅଗ୍ରୱାଲ ଓ କପିଲ ଅଗ୍ରୱାଲ ମାତା ଦୁର୍ଗାଙ୍କ ମନ୍ଦିରର ଓ ରେଖା ଅଗ୍ରୱାଲ ଓ ମୃତ୍ୟୁଞ୍ଜୟ ଅଗ୍ରୱାଲ ଅଷ୍ଟ ପ୍ରହର ନାମ ଯଜ୍ଞର କର୍ତ୍ତା ଭାବେ ଦାୟିତ୍ଵ ବହନ କରିଥିଲେ।

ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୂରୀ ମୁକ୍ତି ମଣ୍ଡପ ର ସଦସ୍ୟ ପଣ୍ଡିତ ଭାସ୍କର ଦାସ ଓ ସହଯୋଗୀ ପଣ୍ଡିତ ସୁବାସ ତ୍ରୀପାଠୀ, ଅମିୟ ପଣ୍ଡା, ଅମର ଦାସ ଓ କାହ୍ନୁ ଚରଣ ପତି ଙ୍କ ଦ୍ଵାରା ମନ୍ଦିର ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ। ଏହି ଅବସରରେ ପାଞ୍ଚ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ପୂଜା ନୀତି ନିୟମ ଅନୁସାରେ ହେବା ସହ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ଠାକୁର ଙ୍କ ସିଂହାସନ ବିଜେ ହୋଇଛନ୍ତି। 

ଏନେଇ ବ୍ରଜମୋହନ ପଞ୍ଚଦେବ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ଧିମାନ ଚକମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ଟ୍ରଷ୍ଟ ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ,ସମ୍ପାଦକ ନିରଞ୍ଜନ ମହାପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, ସୁକଲାଲ ଅଗ୍ରୱାଲ, ଧରଣୀଧର ଧଙ୍ଗଡା ମାଝୀ, ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, କୃପାସିନ୍ଧୁ ପଣ୍ଡା, ହୃଷୀକେଶ ମିଶ୍ର,ରମେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ ମେହେର, ସୁରେନ୍ଦ୍ର ମୁନି,ସରୋଜ କୁମାର ସାହୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ଜନ୍ମେଜୟ ନାଏକ, ସୁବାସ ଅଗ୍ରୱାଲ ଓ ସହରର ଅନ୍ୟାନ୍ୟ ସହଯୋଗୀ ଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୂଚାରୁ ରୂପେ ଶେଷ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

Sunil Chandra Nayak

ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି

Sunil Chandra Nayak

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

masiha

Leave a Comment

error: Content is protected !!