ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

ବସ୍ତା ୧୪/୩ : ନଟାକଟା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ଅମର୍ଦାରୋଡ ସମବାୟ ସମିତିର ୫୫ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସମବାୟ ସମିତିର ସଭାପତି ଦିପକ କୁମାର ସାହୁ ପୌରହିତ୍ୟରେ ବସ୍ତା ସମବାୟ ସମିତିର ଶାଖା ମ୍ୟାନେଜର ତୁଷାର କାନ୍ତ ପାତ୍ର,ସମବାୟ ସମିତିର ସି.ଓ ସୁବ୍ରତ ଭୂଷଣ ତ୍ରିପାଠି,ଉପସଭାପତି ମଞ୍ଜୁଲତା ପାତ୍ର,ପୁର୍ବତନ ସଭାପତି ମଦନ ମୋହନ ପାଳ, ପ୍ରମୁଖ ଦେଇ ପ୍ରତିବର୍ଷ ପରି ଚଳିତ ବର୍ଷ ପୂର୍ବ ବିବରଣୀ ପାଠ,ବାର୍ଷିକ ଆୟବ୍ୟୟର ହିସାବ, ବଜେଟ ଉପସ୍ଥାପନା ଓ ଅନୁମୋଦନ ସମ୍ପର୍କରେ ବାର୍ଷିକ ସାଧାରଣ ସଭାରେ ଚାଷୀ ଏବଂ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ସମିତିର ସଂପାଦକ ନିରଞ୍ଜନ ପାତ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ।ଏହି ସାଧାରଣ ସଭାକୁ ସମବାୟ ସମିତିର କର୍ମଚାରୀ ନିଶିକାନ୍ତ ପରିଡ଼ା,ରବୀନ୍ଦ୍ର ଶୁର,ଅଶ୍ରୁମୋଚନ ଦେ,ଗୌରାଙ୍ଗ ପାତ୍ର ପ୍ରମୁଖ ସଭା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ସମବାୟ ସମିତିର ଡାଇରେକ୍ଟର ଲକ୍ଷ୍ମଣ ପାତ୍ର,ନିର୍ମଳ ମହାପାତ୍ର,ଭଗିରଥ ପରିଡ଼ା,କାର୍ତ୍ତିକ ସେନାପତି,ପୁର୍ବତନ ସମିତି ସମ୍ପାଦକ ଶିଶିର ମହାପାତ୍ର, ନନି ଗୋପାଳ ଦାସ,ସଞ୍ଜୟ କୁମାର ଗିରି,ଚାଷୀ ଭାଗବତ ଦାସ,ବଂଶୀଧର ଚଣ୍ଡ ୱାର୍ଡ ସଭ୍ୟ ନିରଞ୍ଜନ ସାହୁ ସମେତ ବହୁଲୋକ ଯୋଗଦେଇ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସ ପାଳିତ 

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳନ

masiha

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

Sunil Chandra Nayak

Leave a Comment

error: Content is protected !!