ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

ରାଉରକେଲା : ଚଳିତବର୍ଷ ରାଜ୍ୟ ବିଧାନ ସଭା ନିର୍ବାଚନରେ ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ରରୁ ବିଧାୟକ ରୂପେ ଦୁର୍ଗା ଚରଣ ତନ୍ତୀ ବିଜୟ ପ୍ରାପ୍ତ ହୋଇ ବିଜେପିର ପ୍ରଥମ ବିଧାୟକ ଭାବେ ଗୌରବ ଅର୍ଜନ କରି ଥିବାରୁ ଜିଲ୍ଲା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇ ଥିଲା । ଶ୍ରୀ ତନ୍ତୀ ଜଣେ କର୍ତ୍ତବ୍ୟନିଷ୍ଠ, ସରଳ, ଭଦ୍ର , ନମ୍ର, ସୁଶିଳ, ନିର୍ଭୀକ, ସଂଗଠକ ଭାବରେ ସୁପରିଚିତ । ବିଧାୟକ ଶପଥ ନେବା ପରେ ସେ ବିଧାନସଭା କ୍ଷେତ୍ରର ସମସ୍ତ ଅଞ୍ଚଳ ବୁଲି ଜନତାଙ୍କୁ ଭେଟି ଧନ୍ୟବାଦ୍ ଜଣାଇବା ସହିତ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ । ସେ ନିରନ୍ତର ଭାବେ ବିଭିନ୍ନ ସରକାରୀ ଦପ୍ତର,ଡାକ୍ତରଖାନା, ବିଦ୍ୟାଳୟ , ମହାବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ତାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସେ ରାଉଲକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସେଠାରେ ଚାଲିଥିବା ଦୁର୍ନୀତି ଉପରେ ଅଭିଯୋଗର ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇ ଥିବାରୁ ଜନସାଧାରଣ ସନ୍ତୋଷ ଓ ଆସ୍ଥା ପ୍ରକଟ କରିଥିଲେ । ବିଭିନ୍ନ ବସ୍ତିର ମୌଳିକ ସୁବିଧାର ସମସ୍ୟା ଉପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବାର୍ତ୍ତାଳାପ କରି ଜନଶୁଣାଣୀ ଆରମ୍ଭ କରି ସମସ୍ୟାର ସମାଧାନ କରିବାକୁ ଆଗେଇ ଚାଲିଛନ୍ତି ଓ ଲୋକଙ୍କ ନିକଟତର ହୋଇ ପାରିଛନ୍ତି । ଡେଙ୍ଗୁ ହଟ୍ ସ୍ପଟ ଅଞ୍ଚଳ ବୁଲି ଜନଜାଗରଣ ଓ ସଚେତନତା ସୃଷ୍ଟି କରି ତାର ନିରାକରଣ ପାଇଁ ଅଧିକାରୀଙ୍କ ସହିତ ଆଲୋଚନା କରି ବିହୀତ ପଦକ୍ଷେପ ନେବାରେ ସଫଳ ହୋଇଛନ୍ତି। ଅତି ଆନନ୍ଦର କଥା ମାନ୍ୟବର ବିଧାନସଭା ବାଚସ୍ଵତି ଶ୍ରୀ ତନ୍ତୀ ଙ୍କୁ ଚଳିତ ମାସ ୧ ତାରିଖ ଦିନ ବିଭାଗୀୟ ସମ୍ପର୍କୀୟ ସ୍ଥାୟୀ କମିଟି – ୭ ( ୭ ଟି ବିଭାଗ -ଇସ୍ପାତ ଓ ଖଣି ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ବାଣିଜ୍ୟ, ପରିବହନ, ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ) ର ସଦସ୍ୟ ରୂପେ ୨୦୨୪-୨୦୨୫ ପାଇଁ ମନୋନୀତ କରିଛନ୍ତି । ଏହି ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କୁ ବିଧାୟକ ଶ୍ରୀ ତନ୍ତୀ ଓ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲା ତରଫରୁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଶ୍ରୀ ତନ୍ତୀ ଜଣେ ସେବକ ରୁପେ ନିଜକୁ ସମର୍ପିତ କରିଛନ୍ତି ଏଣୁ ଏ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ବିଜେପି କର୍ମୀ ଆଶା ଓ ଭରସା ପୋଷଣ କରିଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ହୋଲି ମହୋତ୍ସବ ପାଳିତ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

masiha

ଅହଲ୍ୟାବାଇ ହୋଲକରଙ୍କ ୩00 ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!