ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା

ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା

ଗୋଲାମୁଣ୍ଡା,୧୬।୬( ): ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅଧୀନରେ ଗୋଲାମୁଣ୍ଡା ବ୍ଲକ ପରିସରରେ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷ କରି ପାନୀୟ ଜଳ, ଗ୍ରାମ୍ୟ ରାସ୍ତା ନିର୍ମାଣ,ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ପ୍ରକଳ୍ପର ଅଗ୍ରଗତି ଉପରେ ଏହି ବୈଠକରେ ଆଲୋକପାତ କରାଯାଇଥିଲା। ଏହାସହ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଏବଂ ଆଗାମୀ ଦିନ ପାଇଁ ନୂତନ ପ୍ରକଳ୍ପ ଗୁଡ଼ିକର ରୂପରେଖ ପ୍ରସ୍ତୁତ କରାଯାଇଥିଲା।ଏହି ସମ୍ମିଳନୀରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଷ୍ଠୀ ଅନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ, ଅତିରିକ୍ତ ବିଡ଼ିଓ ବିଜୟ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ରାଜେଶ କୁମାର ନାୟକ, ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଏବଂ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ମଞ୍ଜୁଲତା ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ଜୟନ୍ତ ସିଂ, ବୈଶାଖୁ କେତକୀ, ପ୍ରମୋଦ ପ୍ରଧାନ, ଗଙ୍ଗା ବିଷ୍ଣୁ ମୁଣ୍ଡ, ଗୋରେଖ ବିଶି, ମୁରଲୀ ମାଝୀ,ମଦନ ପୁଟେଲ, ପୂର୍ଣ୍ଣ ଚନ୍ଦ୍ର ସରାଫ ସମେତ ଅଞ୍ଚଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା ଏବଂ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଓ ଭଦ୍ରବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ସରକାର ଙ୍କ ବିଭିନ୍ନ ଜନାହିତକର ଯୋଜନା ବାବଦରେ ଲୋକଙ୍କୁ ସୂଚନା ଓ ସରକାର ଙ୍କ ଉପଲ୍ଭଧି ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା । ସମ୍ମିଳନୀ ଗୃହକୁ ରଙ୍ଗବେରଙ୍ଗର ବେଲୁନ ଏବଂ ସୁଗନ୍ଧିତ ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା। ମଞ୍ଚାସୀନ ଅତିଥିମାନେ ମାଇକ୍‌ ଯୋଗେ ସଭାକୁ ସମ୍ବୋଧିତ କରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ଆହ୍ୱାନ ଦେଇଥିଲେ।

Related posts

କୋରାପୁଟ ଜିଲ୍ଲl ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଭୋଟ ଦେବାପାଇଁ କାନ୍ଥଲିଖନ

masiha

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ମକା ମାଫିଆଙ୍କୁ ଉଚ୍ଛେଦ ଦାବିରେ ନବରଙ୍ଗପୁର ପୋଲିସ ପ୍ରଶାସନ ଦ୍ୱାରସ୍ଥ ବନ ସୁରକ୍ଷା ମହାସଂଘ

Sunil Chandra Nayak

Leave a Comment

error: Content is protected !!