ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣ ରେ ମହିଳା ଗୁରୁତର

ପାପଡାହାଣ୍ଡି 01/03, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଚାଉରିଆଗୁଡା ଗ୍ରାମରେ ମହୁମାଛି ଆକ୍ରମଣରେ ବୁଧବାର ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଛନ୍ତି | ସୂଚନା ଅନୁଯାୟୀ ଜଟାଵାଲ ଗ୍ରାମର ଦଶମୀ ଗୋହଲ (50) ସକାଳେ ପନିପରିବା ଆଣିବା ପାଇଁ ଚାଉରିଆଗୁଡା ଆମ୍ବ ତୋଟା କୁ ଯାଇଥିଲେ | ଏହି ସମୟରେ ମହୁମାଛି ତର୍କିତ ଭାବେ ଏହି ମହିଳା ଜଣ କୁ ଆକ୍ରମଣ କରିଥିଲା, ନିଜ ଜୀବନ ବଂଚେଇବା କୁ ଚେଷ୍ଟା କରି ଏହି ମହିଳା ଜଣ ଗାଁ ଭିତରକୁ ଦୌଡ଼ି ପଳାଇଥିଲେ | ଗ୍ରାମବାସୀ ଏହା ଦେଖିବା ପରେ ଏହି ମହିଳା ଜଣ କୁ ଉଦ୍ଧାର କରିଥିଲେ | ଗୁରୁତର ମହିଳା କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଅକ୍ଷୟ ତୃତୀୟାରେ ମହିସ୍କୁଦର ଗାଁ ରେ ଶତାଧିକ ଚାଷୀଙ୍କୁ ନେଇ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ

Sunil Chandra Nayak

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

Leave a Comment

error: Content is protected !!