ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଧରାକୋଟ ତା ୧୬/୦୬ ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ୍ ବିଶି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ,ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଧରାକୋଟ ବିଡିଓ ତୃପ୍ତି ମୟୀ ଜେନା, ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୌରଭ ପ୍ରଧାନ, ପ୍ରମୁଖ ମଞ୍ଚାସୀନ ରହି ଆଗତ ହୋଇଥିବା ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ୧୫୧ ଗୋଟି ଅଭିଯୋଗ ଆସିଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଦ୍ଧେଶ ଦିଆଯାଇଥିଲା, ମୂଖ୍ୟତଃ ଭତ୍ତା,ଆବାସ, ରାସନ୍ କାର୍ଡ, ମନରେଗା କାର୍ଯ୍ୟ ଅଧ ପନ୍ତରିଆ ରାସ୍ତାଘାଟ ସହ ଢ୍ଉଗାଁ ଠାରୁ ବାହାଡା ଗୁଡା ମଧ୍ୟରେ ରହିଥିବା ଜାତୀୟ ରାଜପଥର ଅଂଶ ପୂର୍ଣ୍ଣ କାର୍ଯ୍ୟକୁ ନେଇ ଲୋକ ପ୍ରତିନିଧି ମାନଙ୍କ ଦ୍ବାରା ଅଭିଯୋଗ ଆଗତ ହୋଇଥିଲା। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରାଜପଥ ବିଭାଗୀୟ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହା ସହ ଦୁରାରୋଗ୍ୟ ରେ ପିଡୀତ କମାଶାସନ ଗ୍ରାମର ତ୍ରିଲୋଚନ ଦାସ ଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ଦିଆଯାଇ ଥିବା ବେଳେ ସ୍ବାସ୍ଥ୍ୟ ସେବା ତୁରନ୍ତ ଯୋଗାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ , ଯୋଗାଣ,ଜଳ ପରିମଳ, ପୂର୍ତ୍ତ ବିଭାଗ, କୃଷି, ଜାତୀୟ ରାଜପଥ ମହିଳା ଶିଶୁ ସୁରକ୍ଷା ବିଭାଗ, ମୃତ୍ତିକା ସଂରକ୍ଷଣ,ପଶୁ ପାଳନ ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ, ବ୍ୟାଙ୍କ୍, ସ୍ବାସ୍ଥ୍ୟ, ପଞ୍ଚାୟତ ରାଜ, କୃଷି ବିଭାଗ,ଜଳ ସେଚନ,ରାଜସ୍ବ ବିଭାଗ, ଶିକ୍ଷା, ଜଙ୍ଗଲ ପରିବେଶ, ସାମାଜିକ ସୁରକ୍ଷା,ଶ୍ରମ ବିଭାଗ ସହ କ୍ଷୁଦ୍ର ଜଳ ସେଚନ ସହ ଡ୍ରେନେଜ ବିଭାଗ, ବ୍ଲକର ସମସ୍ତ ଲାଇନ୍ ବିଭାଗର ଜିଲ୍ଲା ସ୍ତରର ଅଧିକାରୀମାନଙ୍କ ସହ ବ୍ଲକ ସ୍ତରର ସମସ୍ତ ପଦାଧିକାରୀ ଏହି ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ଆଜିର କାର୍ଯ୍ୟକ୍ରମ କୁ ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର କୃଷ୍ଣ କାନ୍ତ ପଣ୍ଡା ବ୍ଲକ କର୍ମଚାରୀ ଅମେଶ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ୍ ପାତ୍ରଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Related posts

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

masiha

ପଂଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ନିଲମ୍ବିତ

masiha

Leave a Comment

error: Content is protected !!