ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

ଜିଲ୍ଲାସ୍ତରୀୟ ବିକାଶ ମେଳା 

୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

ଲକ୍ଷ୍ମୀପୁର ୧୭/୦୬/୨୫ — ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୋରାପୁଟ ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପ୍ୟାରେଡ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଫଟ ଚିତ୍ର ଆଗରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଜିଲ୍ଲାର ବୁଦ୍ଧିଜୀବୀ,ସାମ୍ବାଦିକ,ଡାକ୍ତର,ସାମାଜିକ କର୍ମୀ ମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ବିକଶିତ ହେଲେ ଓଡ଼ିଶା ବିକଶିତ ହେବ।

ସମାଜର ସବୁବର୍ଗର ଲୋକଙ୍କ ମତକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ।ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟକ ରୁପୁ ଭତ୍ରା ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ଏସପି ରୋହିତ ବର୍ମା,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଗତ ଏକ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ୩ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି। ପିଏମ ଏବଂ ସିଏମ କିଶାନ ଯୋଜନାରେ ୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଥିବା,ଅନ୍ତୋଦୟ ଗୃହ ଯୋଜନାରେ ୫ ହଜାର ପରିବାରକୁ ଗୃହ ଯୋଗାଇ ଦିଆଯାଇଥିବା,୪ ହଜାର ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଓ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଯାଉଛି ବୋଲି ବିଧାୟକ ଶ୍ରୀଯୁକ୍ତ ମାଛ କହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ବିଷୟରେ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ଭତ୍ରା ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ପାରମ୍ପାରିକ ସୁଭଦ୍ରା ଖାଦ୍ୟ ପ୍ରତିଯୋଗିତାରେ କୁନ୍ଦୁରା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ପ୍ରଥମ ଓ ଲକ୍ଷ୍ମୀପୁର ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦୂତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ମନ୍ତ୍ରୀ ଅର୍ଥ ରାଶି ପୁରସ୍କୃତ କରିଥଲେ।ଏଥି ସହ ଜଙ୍ଗଲ ଅଧିକାର ଓ ସମ୍ବଳ ଅଧିକାରର ଶିରୋନାମା ବଣ୍ଟନ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୩ ଶ୍ରମିକଙ୍କୁ ସହାୟତା ଅର୍ଥ ରାଶି ପ୍ରଦାନ, ପିଏମ ବିଶ୍ଵକର୍ମା ଯୋଜନାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯିବା ସହ ନୂତନ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଥିଲା।

ମୋହନ ସରକାରଙ୍କ ୧୧୩ ପ୍ରକାର ଯୋଜନା ରହିଛି କୋରାପୁଟ ଜିଲ୍ଲାର ପ୍ରତୈକ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଆମ ସରକାର ଯତ୍ନବାନ ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ତତସହିତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ ଜିଲ୍ଲାକୁ ବିକଶିତ ଜିଲ୍ଲା ଗଠନ କରିବାକୁ ସଂକଳ୍ପ ନେବା ସହ ସପଥ ପାଠ ପ୍ରଦାନ କରାଇଥିଲେ ମନ୍ତ୍ରୀ। କାର୍ଯ୍ୟକ୍ରମ ଶେଷ ଭାଗରେ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ,ବ୍ଲକ ସ୍ତରୀୟ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାର ବିଭିନ୍ନ କୃତିତ୍ୱ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ ପ୍ରଦାନ କରିବା ସହ ଉଲ୍ଲେଖନୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କେବଳ ସେତିକି ନୁହଁ ଶିକ୍ଷା କ୍ଷେତ୍ରରେ ଅର୍ଥିକ ଅନଗ୍ରସର ପିଲାମାନଙ୍କୁ ମନ୍ତ୍ରୀ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।

କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ।କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ,କୋରାପୁଟ ବିଡିଓ ଦେବାଶିଷ ଗୌଡ଼ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ପଲ୍ଲୀଶ୍ରୀ ମେଳା ଏବଂ ପାରମ୍ପରିକ ସୁଭଦ୍ରା ଖାଦ୍ୟ ମେଳା ଉଦଘାଟନ କରିବା ସହ ଷ୍ଟଲ ପରିଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ କର୍ମୀ ଙ୍କୁ ନିୟୋଜିତ କରାଯାଇଥିଲା। 

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା – ମାନବିକତା ଦେଖାଇଲା ସୁବ୍ରତ ହସ୍ପିଟାଲ 

masiha

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

Sunil Chandra Nayak

Leave a Comment

error: Content is protected !!