ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ସେକ୍ଟର -୪ସ୍ଥିତ ରାଉରକେଲା ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ରାଉରକେଲାର ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଅଧିବେଶନରେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡଃ ଅଶ୍ବିନୀ କୁମାର ରାୟ ଅଧ୍ୟକ୍ଷତା କରିଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଅଧିବେଶନରେ ଯୋଗଦେଇ ଅଧ୍ୟାପକ-ଅଧ୍ଯାପିକାମାନଙ୍କୁ ପ୍ରେରିତ କରିଥିଲେ। ଡଃ ସଞ୍ଜୟ କୁମାର ହାତୀ ଏବଂ ସଦସ୍ୟମାନଙ୍କ ଦ୍ବାରା ସଂଗଠନର ପ୍ରସ୍ତାବିତ ନାମ ‘ପ୍ରତ୍ୟୟ: ସମ୍ଭାବନାର ନୂତନ ଇସ୍ତାହାର’କୁ ଅଧିବେଶନରେ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏହାପରେ ସେପ୍ଟେମ୍ବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟର ବିଭାଗୀୟ କର୍ମଶାଳା, ଆଲୋଚନାଚକ୍ର, ପାଠଚକ୍ର ସଂପାନ ଏବଂ ବିନିମୟ ଶିକ୍ଷାଦାନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ସହ ତା’ର କାର୍ଯ୍ୟକାରୀତା ସମ୍ବନ୍ଧରେ ବିଧିବଦ୍ଧ ଚର୍ଚ୍ଚା ହୋଇଥିଲା। ଏସବୁ କାର୍ଯ୍ୟ ସଂପାଦନରେ ଅଧ୍ୟକ୍ଷମାନଙ୍କର ଭୂମିକା ତଥା ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍)ର ଆବଶ୍ୟକତା ଦୃଷ୍ଟିରୁ ଏସବୁ କାର୍ଯ୍ୟକ୍ରମର ଉପଯୋଗିତା ସମ୍ପର୍କରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ମତବ୍ୟକ୍ତ କରି ଅଧ୍ୟାପକ-ଅଧ୍ଯାପିକାମାନଙ୍କୁ ଉତ୍ସାହିତ କରିଥିଲେ। ଅଧିବେଶନର ସଭା ପରିଚାଳନା ରାଉରକେଲା କଲେଜର ବରିଷ୍ଠ ଅଧ୍ୟାପକ ବନବିହାରୀ କିଷାନ କରିଥିଲା ବେଳେ କଲ୍ୟାଣୀ ରାୟ କଲେଜର ଅଧ୍ୟାପିକା ସ୍ବପ୍ନାମୟୀ ହୋତା ଅଧ୍ୟାପକ- ଅଧ୍ଯାପିକା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନୀଳଶୈଳ ମହାବିଦ୍ୟାଳୟର ଅଧ୍ୟାପକ ଡଃ ସୁଶାନ୍ତ କୁମାର କିଷାନ। ରାଉରକେଲାସ୍ଥ ସମସ୍ତ କଲେଜର ଅଧ୍ୟାପକ-ଅଧ୍ଯାପିକା ସମେତ ରାଉରକେଲା କଲେଜର ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ ଅନିତା ଜଗଦ୍ଦେବ, ତପସ୍ଵନୀ କୁମ୍ଭାର, ଭାରତୀ ବେହେରା, ସୋନାଲି ମହାନନ୍ଦ, ସୁଶ୍ରୀରେଖା ବେହେରା, ଲିପ୍ସା ବଳିଆରସିଂହ, ସଂଧ୍ୟାରାଣୀ ବେହେରା ପ୍ରମୁଖ ଅଧିବେଶନରେ ସହଯୋଗ ନିମନ୍ତେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ

masiha

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

15th Bharat Muni Saman Samaroh has started in Odisha.

masiha

Leave a Comment

error: Content is protected !!