ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱିତୀୟ ବାର୍ଷିକ “ରଜ ମଉଜ” ଉତ୍ସବ ଉଦଯାପିତ : ଶତାଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ରେ ସାମିଲ  

ଦ୍ୱିତୀୟ ବାର୍ଷିକ “ରଜ ମଉଜ” ଉତ୍ସବ ଉଦଯାପିତ : ଶତାଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ରେ ସାମିଲ  

ବାଲିଗୁଡା, ତା, ୧୬/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ମଙ୍ଗଳବାର ରାତ୍ର ରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଥିଲା। ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ରଜ ଦୋଳି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କୁ ଆଖି ଆଗରେ ରଖି ସ୍ଥାନୀୟ ଟାଉନର ଦଣ୍ଡପାଣି ଲଜ ମାଲିକ ପଦ୍ମନାଭ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଲଜ ର ସାଂସ୍କୃତିକ ଭବନ ପରିସରରେ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଉଦଯାପିତ ଉତ୍ସବ ରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ତଥା ବରିଷ୍ଠ ସାଂସ୍କୃତିକ କଳାକାର ନାରାୟଣ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ତିନିଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଅଞ୍ଚଳ ର ଶତାଧିକ ବିବାହିତ ମହିଳା, ଝିଅ, ଶିଶୁ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅତିଥି ଙ୍କ ଠାରୁ ” ଦଣ୍ଡପାଣି ପାଣିଗ୍ରାହୀ ସ୍ମାରକୀ” ରେ ସମ୍ମାନିତ କରାଯାଇଥିଲା l ଏଥିରେ ଜଜ ଭାବେ ନାରାୟଣ ବରାଳ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ କେଦାର ନାଥ ନାୟକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ର ପରିଚାଳନା ନିର୍ଦେଶିକା ପ୍ରିୟଦର୍ଶନୀ ପାଣିଗ୍ରାହୀ ଉପସ୍ଥିତ ରହି ଅତିଥି ତଥା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅନୁଷ୍ଠାନ ର ସଦସ୍ୟ ନିକିତା ପାଣିଗ୍ରାହୀ, ଅଙ୍କିତା ପାଣିଗ୍ରାହୀ, ପ୍ରତୀକ ପାଣିଗ୍ରାହୀ, ଦେବାଶିଷ ଦାସ , ବିନାୟକ ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l 

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

କାର ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!