ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସେକାରେ ଅଲଚିକି ର ଶତବର୍ଷ ପାଳନ ଆସନ୍ତା ୨୩ ରେ….

ଆସେକାରେ ଅଲଚିକି ର ଶତବର୍ଷ ପାଳନ ଆସନ୍ତା ୨୩ ରେ….

ରାଉରକେଲା: ଆସେକାର ରାଉରକେଲା ଶାଖା, ନହା ତିର୍ଲା ଗାଓଁତା ଓ ଆସେକା ଜୁୱାନ ଗାଓଁତା ଦ୍ୱାରା ମିଳିତ ଭାବେ ଚଳିତ ନଭେମ୍ବର ୨୩ ଓ ୨୪ ତାରିଖରେ ଦୁଇ ଦିନ ବ୍ୟାପି ମହାଡ଼ମ୍ବର ସହ ଅଲଚିକି ସୃଜନର ଶତ ବାର୍ଷିକୀ ରାଉରକେଲା ର ସିଭିକ ସେଣ୍ଟର୍ ଠାରେ ପାଳିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ସୂଚନା ଅନୁଯାୟୀ ୨୩ତାରିଖ ଦିନ ୧୦ଟା ସମୟରେ ପାରମ୍ପରିକ ନୃତ୍ୟ ବାଦ୍ୟ ସହ ସେକ୍ଟର ୬ ଟେଲିଫନ ଭବନ ଠାରୁ ସିଭିକ ସେଣ୍ଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯିବା ପରେ ଅଲଚିକି ସୃଜନର ଶତାବର୍ଷିକୀ ସମ୍ମିଳନୀ ଉତ୍ସବକୁ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇଆରଏସ ଉଦୟନାଥ ମାଝୀ ଉଦଘାଟନ କରିବେ l ଉତ୍ସବରେ ଅଲଚିକିର ପ୍ରଚାର, ପ୍ରସାର ଓ ସମସ୍ୟା ଭିତ୍ତିକ ବିଭିନ୍ନ ବିଷୟ ଉପରେ ଆଗନ୍ତୁକ ଵକ୍ତାମାନେ ତାଙ୍କର ବକ୍ତବ୍ୟ ରଖିବେ l

  ୧୯୦୫ ମସିହା ବୈଶାଖ ପୁର୍ଣ୍ଣିମାରେ ଓଡିଶା ରାଜ୍ୟର ମୟୁରଭଞ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ଡାଁଡ଼ବୋଷ (ଡାହାରଡିହ) ଗ୍ରାମରେ ଜନ୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ମସିହାରେ ସାନ୍ତାଳୀ ଭାଷା ଲିପି “ଅଲଚିକି “କୁ ସୃଜନ କରି ଲୋକଲୋଚନକୁ ଆଣିଥିଲେ l ଅଲଚିକି ମାଧ୍ୟମରେ ଶିକ୍ଷା ର କ୍ରମାଗତ ପ୍ରଚାର ଓ ପ୍ରସାର ଓ ଯୋଗୁଁ ଲୋକମାନେ ଅଲଚିକିରେ ପଠନ ପାଠନ ଓ ଲିଖନ କଲେ l ଅଲଚିକିର ବହୁଳ ବ୍ୟବହାର ଓ ଆଦୃତ ହେବାରୁ ଏବଂ ଆବଶ୍ୟକତା ହେତୁ କେନ୍ଦ୍ର ସରକାର ୨୦୦୩ମସିହା ଡିସେମ୍ବର ୨୨ ତାରିଖ ଦିନ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ତଫାସିଲରେ ସାମିଲ କରିଥିଲେ l ଏହି ଅଲଚିକି ଲିପି ଓଡିଶା ରାଜ୍ୟର ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ ବ୍ୟତୀତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ନେପାଳ ଓ ବାଂଲା ଦେଶରେ ମଧ୍ୟ ବ୍ୟବହୃତ ହେଉଛି l ଅଲଚିକିର ପ୍ରଚାର, ପ୍ରସାର ଓ ସାନ୍ତାଳୀ ସାହିତ୍ୟରେ ବିଶେଷ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ l ଦୁଇଦିନ ବ୍ୟାପି ହେବାକୁ ଥିବା ସମ୍ମିଳନୀରେ ଅଲଚିକି ମାଧ୍ୟମରେ ଶିକ୍ଷାର ପ୍ରଚାର, ପ୍ରସାର, ପ୍ରଗତି ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରାଯିବ l ଏହି ସମ୍ମିଳନୀକୁ ଓଡିଶା ସହ ଅନ୍ୟ ରାଜ୍ୟର ସହସ୍ରାଧିକ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗ ଦେବେ ବୋଲି ଆସେକା ସଭ୍ୟ ରମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଣେ ଶିକ୍ଷକ ସବୁଠୁ ବଡ କଳାକାର

masiha

ସଂସ୍କୃତି ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଜ୍ୟୋତିର୍ବିଦ

Sunil Chandra Nayak

ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ ଟି ଅନ୍ତର୍ଭୁକ୍ତ

Leave a Comment

error: Content is protected !!